ଆଜି ମହାନ ପର୍ବ ମହାଶିବରାତ୍ରୀ

ଆଜି ଶିବ ଓ ଶକ୍ତି ପରମ୍ପରାର ଏକ ମହାନ ପର୍ବ ମହାଶିବରାତ୍ରୀ । ଦେବାଦିଦେବ ମହାଦେବଙ୍କର ଏହି ପବିତ୍ର ଉତ୍ସବ ଭକ୍ତଙ୍କ ପାଇଁ ଏକ ବିଶେଷ ଦିନ। ଏଥିପlଇଁ ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବପୀଠ । ମହାଶିବରାତ୍ରୀ ପାଇଁ ମାଟିରୁ ଆକାଶ ସବୁଠି ଶିବମୟ l ହର ହର ମହାଦେବ ଧ୍ବନିରେ ପ୍ରକମ୍ପିତ ହେଉଛି ଲିଙ୍ଗରାଜରୁ ଲୋକନାଥ ଓ ଧବଳେଶ୍ବରରୁ କପିଳାସ ପୀଠ। ସଜେଇ ହୋଇଛି ଲିଙ୍ଗରାଜଙ୍କ ମନ୍ଦିର ସହ ଅସଂଖ୍ୟ ଶୈବ ପୀଠ । ଦେବଦେବ ମହାଦେବଙ୍କ ଦ୍ବାରା ବିଶ୍ୱ ନିୟନ୍ତ୍ରିତ ବୋଲି ରହିଛି ବିଶ୍ୱାସ । ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ, ଦେବ ଓ ଅସୁରମାନଙ୍କ ଦ୍ୱାରା ସମୁଦ୍ର ମନ୍ଥନ ବେଳେ ବାହାରିଥିବା ସମସ୍ତ ବିଷକୁ ପାନକରି ଦେଇଥିଲେ ମହାପ୍ରଭୁ ଶିବ। ବିଷର ଜ୍ୱାଳାରେ ସେ ହରାଇ ଥିଲେ ଚେତନା । ତେଣୁ ଅଖଣ୍ଡ ପ୍ରଦୀପ ଜାଳି ଉଜାଗରରେ ବସିଥିଲେ ଦେବଗଣ ଓ ଶୈବ ଭକ୍ତବୃନ୍ଦ । ସେହିଦିନକୁ ମନେପକାଇ ଶ୍ରଦ୍ଧାଳୁମାନେ ପାଳନ କରିଥାନ୍ତି ମହାଶିବରାତ୍ରି । ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଶିବ ଲିଙ୍ଗ ଭାବରେ ଆବିର୍ଭୂତ ହୋଇଥିବାରୁ ପ୍ରତିବର୍ଷ ଏହି ଦିନକୁ ମହାଶିବରାତ୍ରି ଭାବରେ ପାଳନ କରାଯାଏ ବୋଲି ରହିଛି ଧର୍ମୀୟ ବିଶ୍ୱାସ।
What's Your Reaction?






