ଦିଲ୍ଲୀ ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପିତ

ଦିଲ୍ଲୀ ବିଧାନସଭା ସ୍ବତନ୍ତ୍ର ଅଧିବେଶନରେ ଆଗତ ହେଲା CAG ରିପୋର୍ଟ । ଏହାକୁ ଆଜି ଗୃହରେ ଉପସ୍ଥାପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା। ୨୦୧୭-୨୦୧୮ରୁ ୨୦୨୦-୨୦୨୧ ପର୍ଯ୍ୟନ୍ତ ଚାରୋଟି ଅବଧିରେ ରହିଛି ଦିଲ୍ଲୀ ଅବକାରୀ ନୀତିକୁ ନେଇ ଏହି ଅଡିଟ୍ ରିପୋର୍ଟ । ମଦ ନୀତି ପରିବର୍ତ୍ତନ ଯୋଗୁ ୨୦୦୨ କୋଟି ଟଙ୍କାର ରାଜସ୍ବ ହାନି ହୋଇଥିବା ତଥ୍ୟରେ ରହିଛି ଉଲ୍ଲେଖ।ସିଏଜି ରିପୋର୍ଟରେ ୨୦୧୭-୨୦୧୮ରୁ ୨୦୨୦-୨୦୨୧ ମଧ୍ୟରେ ଅବକାରୀ ନିୟମାବଳୀ ଏବଂ ଯୋଗାଣ କରାଯାଇଥିଲା ଯା଼ଞ୍ଚ । ଏହା ସହିତ ୨୦୨୧-୨୨ ଆର୍ଥିକ ବର୍ଷରେ ଅବକାରୀ ନୀତିକୁ କରାଯାଇଥିଲା ସମୀକ୍ଷା । ହେଲେ ଏଥିରେ ଦୁର୍ନୀତିର ଗନ୍ଧ ସାମ୍ନାକୁ ଆସିବା ପରେ ପଲିସିକୁ ୨୦୨୨ ସେପ୍ଟେମ୍ବର ମାସରେ ଫେରାଇ ନେଇଥିଲେ ସରକାର । ତେବେ ସିଏଜି ରିପୋର୍ଟରେ କୁହାଯାଉଛି ଆମ୍ ଆଦମୀ ପାର୍ଟି ନୂଆ ଅବକାରୀ ନୀତି ଲାଗୁ କରିବା ପରେ ଏଥିରେ ହୋଇଥିଲା ଗମ୍ଭୀର ଅନିୟମିତତା,ଯାହାଫଳରେ ହୋଇଛି ଦୁଇ ହଜାକ କୋଟି ଟଙ୍କାର ରାଜସ୍ବ କ୍ଷତି । ସେହିପରି ଭୁଲ୍ ନିଷ୍ପତ୍ତି ଯୋଗୁ ଦିଲ୍ଲୀ ସରକାରଙ୍କ ବିପୁଳ ପରିମାଣରେ ହରାଇଛନ୍ତି ରାଜସ୍ବ । ମଦ ଦୋକାନ କିମ୍ବା କାରଖାନା ପାଇଁ ଲାଇସେନ୍ସ ଛାଡ଼ କରିବା ଦ୍ବାରା ପ୍ରାୟ ୯୪୦ କୋଟି ହୋଇଛି କ୍ଷତି । ପୁନର୍ବାର ଟେଣ୍ଡର ପ୍ରକ୍ରିୟା ପାଇଁ ୮୯୦ କୋଟି ଟଙ୍କାର କ୍ଷତି ସହିଛନ୍ତି ସରକାର । କୋଭିଡ୍-୧୯ ପ୍ରତିବନ୍ଧକ ପାଇଁ ୨୮ ଡିସେମ୍ବର ୨୦୨୧ରୁ ୨୭ ଜାନୁଆରୀ ୨୦୨୨ ପର୍ଯ୍ୟନ୍ତ ଅବକାରୀ କରବାରରେ ଲାଇସେନ୍ସ ଶୁଳ୍କ ବାବଦରେ ୧୪ କୋଟି ଟଙ୍କା କ୍ଷତି ହୋଇଛି ।ସିକ୍ୟୁରିଟି ଡିପୋଜିଟ୍ ଠିକ୍ ଭାବେ ଆଦାୟ ନହେବାରୁ ୨୭ କୋଟି ଟଙ୍କା କ୍ଷତି ହୋଇଥିବା ସିଏଜଜି ରିପୋର୍ଟରେ ରହିଛି ଉଲ୍ଲେଖ।
What's Your Reaction?






