ଇସ୍ରାଏଲ ଉପରେ ହମାସର ଆକ୍ରମଣକୁ ପୂରିଲା ବର୍ଷେ

Oct 7, 2024 - 13:22
 0  4
ଇସ୍ରାଏଲ ଉପରେ ହମାସର ଆକ୍ରମଣକୁ ପୂରିଲା ବର୍ଷେ

ଇସ୍ରାଏଲ ଉପରେ ହମାସର ଆକ୍ରମଣକୁ ଆଜି ପୂରିଲା ବର୍ଷେ। ଗତବର୍ଷ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ଅଚାନକ ଆକ୍ରମଣ କରିଥିଲା ହମାସ। ଯାହାକୁ ନେଇ ସାରା ମଧ୍ଯପ୍ରାଚ୍ଯରେ ଜଳିଥିଲା ଅଶାନ୍ତିର ନିଆଁ। ସେହିଦିନ ପରଠାରୁ ବଢିବାରେ ଲାଗିଛି ମଧ୍ଯପ୍ରାଚ୍ଯରେ ଯୁଦ୍ଧ। ଗତ ୨୪ ନଭେମ୍ବରରେ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ଯରେ ଅସ୍ତ୍ରବିରତି ଘୋଷଣା ହୋଇଥିଲେ ବି ଏହାକୁ ମାନିନଥିଲେ  କୌଣସିପକ୍ଷ। ଫଳରେ ଗତବର୍ଷ ଡିସେମ୍ବରରେ ଗାଜା ଷ୍ଟ୍ରିପରେ ଆରମ୍ଭ ହୋଇଥିଲା ଇସ୍ରାଏଲର ଗ୍ରାଉଣ୍ଡ ଅପରେସନ।ହମାସର ପକ୍ଷ ଇରାନ ନେବାରୁ ରକ୍ତମୁଖା ହୋଇଥିଲା ଇସ୍ରାଏଲ। ଏପରିକି ଗତ ଏପ୍ରିଲରେ ସିରିୟା ଡାମାସ୍କସରେ ଇରାନ ଦୂତାବାସ ଉପରେ ଆକ୍ରମଣ କରିଥିଲା ଇସ୍ରାଏଲ। ଏଥିରେ ଇରାନର ବ୍ରିଗେଡିୟର ଜେନେରା ମହମ୍ମଦ ରେଜା ଜାହିଦଙ୍କ ସମେତ ଇସଲାମିକ ରଭଲ୍ଯୁସନାରୀ ଗାର୍ଡ କର୍ପସ କମାଣ୍ଡରଙ୍କ  ହୋଇଥିଲା ମୃତ୍ଯୁ। ପ୍ରତିବାଦରେ ଏପ୍ରିଲରେ ଇସ୍ରାଏଲ ଉପରେ ମିସାଇଲ ମାଡ କରିଥିଲା ଇରାନ। ଏପରି ଅଶାନ୍ତ ସ୍ଥିତିରେ ଗତ ଜୁଲାଇ ୩୦ରେ ପ୍ରାଣ ହରାଇଥିଲା ହିଜବୁଲ୍ଲା ନେତା ଫୁଆଦ ଶୁକର। ସେହିପରି ଗତ ୩୧ ଜୁଲାଇରେ ଇସ୍ରାଏଲ ଆକ୍ରମଣରେ ତେହରାନରେ ହମାସ ନେତା ଇସମାଇଲ ହାନିୟେଙ୍କ ହୋଇଥିଲା ମୃତ୍ଯୁ।ହିଜବୁଲ୍ଲା ଲାଗି ସବୁଠାରୁ ବଡ଼ ଧକ୍କା ଆସିଥିଲା ଗତ ୨୭ ସେପ୍ଟେମ୍ବରରେ। ସେହିଦିନ ବେରୁତରେ ନିହତ ହୋଇଥିଲେ ହିଜବୁଲ୍ଲା କମାଣ୍ଡର ହସନ ନସରଲ୍ଲା। ପୁଣି ଥରେ ଗତ ଅକ୍ଟୋବର ୧ରେ ଇସ୍ରାଏଲ ଉପରେ ବଡ଼ ଧରଣର ମିସାଇଲ ଆକ୍ରମଣ କରିଥିଲା ଇରାନ। ଇସ୍ରାଏଲକୁ ସାମରିକ ସହଯୋଗ ଲାଗି ଘୋଷଣା କରିଥିଲା ଆମେରିକା। ପରେ ପରେ ଗତ ଅକ୍ଟୋବର ୩ରେ ଇସ୍ରାଏଲ ଆକ୍ରମଣରେ ପ୍ରାଣ ହରାଇଥିଲେ ହିଜବୁଲ୍ଲାର ନୂଆ ଚିଫ୍ ହୋଶେମ ସଫିଦ୍ଦିନ।

What's Your Reaction?

like

dislike

love

funny

angry

sad

wow