ନିଲାମ ହେଲା ମହାପ୍ରଭୁଙ୍କ ଅର୍ପଣ ଚାଉଳ

Oct 4, 2024 - 14:16
 0  3
ନିଲାମ ହେଲା ମହାପ୍ରଭୁଙ୍କ ଅର୍ପଣ ଚାଉଳ

ନିଲାମ ହେଲା ପରିକ୍ରମା ପ୍ରକଳ୍ପ ବେଳେ ସଂଗୃହିତ ମହାପ୍ରଭୁଙ୍କ ଅର୍ପଣ ଚାଉଳ । ମୋଟ ୧୦ହଜାର ୩୨୨ କ୍ବିଣ୍ଟାଲ ଅର୍ପଣ ଚାଉଳକୁ ୨କୋଟି ୮୬ ଲକ୍ଷ ଟଙ୍କାରେ ବିକ୍ରି କରିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ପାଣ୍ଠିରେ ଜମା କରାଯିବ ଏହି ଟଙ୍କା। ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ।ସେ ଆହୁରି କହିଛନ୍ତି ଯେ, ମହାପ୍ରସାଦ ପ୍ରସ୍ତୁତ ଲାଗି ଯାହା ଯୋଗ୍ୟ ଥିଲା ତାର କରାଯାଇଛି ବ୍ୟବହାର । ବଳକା ଚାଉଳ ମହାପ୍ରସାଦ ପାଇଁ ଅନୁପଯୁକ୍ତ ବୋଲି ସ୍ପଷ୍ଟ କରିଥିଲା ସୁଆର ମହାସୁଆର ନିଯୋଗ। ଫଳରେ ବଳକା ଚାଉଳକୁ କ’ଣ କରାଯିବ ବୋଲି ସେ ନେଇ ଆଲୋଚନା କରାଯାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ପଠା ଯାଇଥିଲା  ଏକ ପ୍ରସ୍ତାବ। ଏହା ଉପରେ ପୁଙ୍ଖାନୁପୁଙ୍ଖ ବିଚାର କରି ପ୍ରସ୍ତାବକୁ ଅନୁମୋଦନ ଦେଇଥିଲେ ସରକାର ।

What's Your Reaction?

like

dislike

love

funny

angry

sad

wow