ବିଜେପିରେ ମିଶିବେ ଚମ୍ପାଇ ସୋରେନ୍

ବିଜେପିରେ ମିଶିବେ ଚମ୍ପାଇ ସୋରେନ୍

ସମସ୍ତ କଳ୍ପନାର ହେଲା ଅନ୍ତ। ଅଗଷ୍ଟ ୩୦ ତଥା ଆସନ୍ତା ଶୁକ୍ରବାର ଦିନ ଭାଜପାରେ ଯୋଗଦେବେ ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମ୍ଏମର ବରିଷ୍ଠ ନେତା ଚମ୍ପାଇ ସୋରେନ।ଏନେଇ ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା । ଚମ୍ପାଇ ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ କରିଥିଲେ ସାକ୍ଷାତ । ଏହାପରେ ଆସନ୍ତା ୩୦ ତାରିଖରେ ରାଞ୍ଚିରେ ସେ ବିଜେପିରେ ଯୋଗଦେବେ ବୋଲି ମିଳିଛି ସୂଚନା ।ହିମନ୍ତ ବିଶ୍ୱ ଶର୍ମା ଯେଉଁ ପୋଷ୍ଟ ସେୟାର କରିଛନ୍ତି ସେଥିରେ ରହିଛି ଗୃହମନ୍ତ୍ରୀ ଅମିତ ଶାହ ଏବଂ ଚମ୍ପାଇ ସୋରେନ୍‌ଙ୍କ ମଧ୍ୟରେ ହୋଇଥିବା ଏକ ବୈଠକର ଫଟୋ । ଚମ୍ପାଇ ସୋରେନ୍‌ଙ୍କ ସମେତ ଜେଏମ୍‌ଏମ୍‌ରେ ଅନେକ ବଡ଼ ନେତା ମଧ୍ୟ ବିଜେପିରେ ସାମିଲ ହେବେ ବୋଲି ହେଉଛି ଚର୍ଚ୍ଚା ।