ଭାରତ ପାକିସ୍ତାନ ଯୁଦ୍ଧ ପରିସ୍ଥିତି ; ୫ ରାଜ୍ୟକୁ ଉଚ୍ଚ ସତର୍କତା ଜାରି
ଭାରତ ପାକିସ୍ତାନ ଯୁଦ୍ଧ ପରିସ୍ଥିତି ମଧ୍ୟରେ ସୁରକ୍ଷା ଦୃଷ୍ଟିରୁ ଉତ୍ତର ଭାରତର ୫ ରାଜ୍ୟକୁ ଜାରି କରାଯାଇଛି ଉଚ୍ଚ ସତର୍କତା।ଏହି ରାଜ୍ୟଗୁଡିକ ହେଲା ଜମ୍ମୁ କାଶ୍ମୀର, ପଞ୍ଜାବ , ରାଜସ୍ଥାନ , ଗୁଜରାଟ ଏବଂ ଉତ୍ତରପ୍ରଦେଶ । ଏପଟେ ଆରବ ସାଗରରେ ଜାରି ରହିଛି ନୌସେନାର ଯୁଦ୍ଧାଭ୍ୟାସ । ବିଭିନ୍ନ ସ୍ଥାନରେ ସେନାର ଚାଲିଛି ଜୋରଦାର ଅଭିଯାନ। ଏକା ସାଙ୍ଗରେ ଜଳ, ସ୍ଥଳ ଓ ଆକାଶରୁ ଶତ୍ରୁରାଷ୍ଟ୍ର ପାକିସ୍ତାନ ଉପରେ ଆକ୍ରମଣ କରିଛନ୍ତି ଭାରତୀୟ ସେନା ।ଭାରତର ଉଗ୍ରରୂପ ଦେଖି ଆତଙ୍କିତ ହୋଇପଡିଛି ପାକିସ୍ଥାନ ।ବିଶେଷ କରି ଅପରେସନ୍ ସିନ୍ଦୂର ପରେ ହଜିଛି ପାକିସ୍ତାନର ନିଦ ।ଅନ୍ୟପଟେ ଭାରତ-ପାକ୍ ଯୁଦ୍ଧକୁ ନେଇ ବଡ ବୟାନ ଦେଇଛି ଚୀନ । ପାକିସ୍ତାନକୁ ସମର୍ଥନ କରୁନଥିବା କହିଛି ବେଜିଂ । ଆତଙ୍କବାଦକୁ ବିରୋଧ କରିବା ସହ ଭାରତ-ପାକିସ୍ତାନ ଆମ ପଡ଼ୋଶୀ ବୋଲି କହିଛି ଚୀନ୍ । ଏଥିସହ ଉତ୍ତେଜନା ହ୍ରାସ ପାଇଁ ଉଭୟ ଦେଶକୁ କରିଛି ଅପିଲ୍ ।
What's Your Reaction?