୧୩୫ଟି ଔଷଧର ନମୂନା ବିଫଳ: ଉଚ୍ଚ ରକ୍ତଚାପ ଓ ମଧୁମେହ ଟାବଲେଟ ସେବନ କରିବା ସ୍ବାସ୍ଥ୍ୟ ପାଇଁ ବିପଜ୍ଜନକ
କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ତରଫରୁ ସାରା ଦେଶରେ ଔଷଧର ମୋଟ ୧୩୫ଟି ନମୂନାକୁ କରାଯାଇଛି ବିଫଳ। ଯେଉଁସବୁ ଔଷଧଗୁଡ଼ିକର ନମୂନା ବିଫଳ କରାଯାଇଛି, ସେଗୁଡ଼ିକ ମଧ୍ୟରେ ସାମିଲ ରହିଛି ହୃଦୟ, କିଡନୀ, ରକ୍ତଚାପ ଓ ଆଣ୍ଟିବାୟୋଟିକ ସମେତ ଅନେକ ଔଷଧ । ଏହା ପୂର୍ବରୁ ମଧ୍ୟ କେନ୍ଦ୍ରୀୟ ଔଷଧୀ ମାନକ ନିୟନ୍ତ୍ରଣ ସଂଗଠନ ତରଫରୁ ଅନେକ ଔଷଧକୁ କରାଯାଇଥିଲା ପ୍ରତିବନ୍ଧକ ।ଏହି ଔଷଧଗୁଡ଼ିକୁ ପ୍ରସ୍ତୁତ କରିଥାଏ ଦେଶର ଅନେକ ବଡ଼ ବଡ଼ ଫାର୍ମାସ୍ୟୁଟିକାଲ୍ସ କମ୍ପାନୀ । ଗୁଣବତ୍ତା ପରୀକ୍ଷଣରେ ଏହି ଔଷଧ ବିଫଳ ଓ ସ୍ବାସ୍ଥ୍ୟ ପାଇଁ ବିପଜ୍ଜନକ ଜଣାପଡିବା ପରେ ଏବେ ଯାଞ୍ଚ ଘେରକୁ ଚାଲିଆସିଛନ୍ତି ଏହି ଔଷଧଗୁଡ଼ିକର ନିର୍ମାତା।
What's Your Reaction?