ଅଙ୍ଗୁର ଖାଇବା ଦ୍ୱାରା କର୍କଟଠାରୁ ମାଇଗ୍ରେନ୍ ସବୁଥିରୁ ମିଳେ ଉପଶମ

Jul 5, 2024 - 12:14
 0  5
ଅଙ୍ଗୁର ଖାଇବା ଦ୍ୱାରା କର୍କଟଠାରୁ ମାଇଗ୍ରେନ୍ ସବୁଥିରୁ ମିଳେ ଉପଶମ

ଅଙ୍ଗୁର ଏକ ସ୍ୱାଦିଷ୍ଟ ଫଳ ଭାରତରେ ସାଧାରଣତଃ ଦୁଇ ପ୍ରକାର ଅଙ୍ଗୁର ଉପଲବ୍ଧ ହୋଇଥାଏ କଳା ସବୁଜ ଅଙ୍ଗୁର ତେବେ ଅଙ୍ଗୁର ଯେଉଁ ରଙ୍ଗର ଖାଆନ୍ତୁ, ସ୍ୱାସ୍ଥ୍ୟ ପ୍ରତି ଲାଭଦାୟକ ହୋଇଥାଏ ଅଙ୍ଗୁରରେ ପ୍ରୋଟିନ୍‌, ସୋଡିୟମ୍‌, ଫାଇବର, ଭିଟାମିନ୍‌, , ସି, ବି.କେ, କ୍ୟାଲସିୟମ୍‌, କପର, ମ୍ୟାଗ୍ନେସିୟମ୍‌, ମାଙ୍ଗାନିଜ, ଜିଙ୍କ୍ ଲୌହ ଭଳି ପୋଷକ ତତ୍ତ୍ୱ ମିଳିଥାଏ ଅଙ୍ଗୁର ଅନେକ ପେଟ ରୋଗରୁ ମୁକ୍ତି ଦେବା ସହ କବ୍‌ଜ ଦୂର କରିଥାଏ ବାନ୍ତି ଲାଗିବା, ମାଇଗ୍ରେନ୍ ଆଦି ସମୟରେ ଅଙ୍ଗୁର ଖାଇଲେ ଏଥିରୁ ଆରାମ ମିଳିଥାଏ ଏକ ଗ୍ଳାସ ଅଙ୍ଗୁର ରସରେ ଦୁଇ ଚାମଚ ମହୁ ମିଶାଇ ଖାଇଲେ ରକ୍ତହୀନତା ଦୂର ହୋଇଥାଏ ଅଙ୍ଗୁର ଖାଇଲେ ଚର୍ମରୋଗ ହୋଇ ଥାଏ ତ୍ୱଚାରେ ଚମକ ଆସିଥାଏ ଯେଉଁ ଲବଣ କାରଣରୁ ଶରୀରରେ ଆର୍ଥାରାଇଟିସ୍ ସମସ୍ୟା ଦେଖା ଦେଇଥାଏ, ଅଙ୍ଗୁର ରସ ଏହି ଲବଣକୁ ନିଷ୍କାସିତ କରିଥାଏ ଫଳରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଲାଘବ ହୋଇଥାଏ

ଏବେ ହୃଦୟ ସମ୍ବନ୍ଧୀୟ ରୋଗ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ତେଣୁ, ହୃଦୟ ରୋଗକୁ ରୋକିବା ପାଇଁ ଅଙ୍ଗୁର ଖାଇବା ଲାଭଦାୟକ ହୋଇଥାଏ। ଅଙ୍ଗୁରରେ ଥିବା ଉପାଦାନ ରକ୍ତନଳୀର କାର୍ଯ୍ୟକୁ ସୁସ୍ଥ ରଖିଥାଏ।

ଅଙ୍ଗୁରରେ ବିଭିନ୍ନ ଉପାଦାନ ରହିଛି, ଯେପରିକି ରେସଭେରାଟ୍ରୋଲ ଏବଂ କ୍ୱାରସେଟିନ, ଯେଉଁଥିରେ କର୍କଟ ନିରୋଧୀ ଗୁଣ ଥିବାରୁ ଏହା ଟ୍ୟୁମରର ବୃଦ୍ଧିକୁ ରୋକିବାରେ ସାହାଯ୍ୟ କରିଥାଏ। ସେହିଭଳି ଅଙ୍ଗୁରରେ ଥିବା ଆଣ୍ଟିଅକ୍ସିଡାଣ୍ଟ କର୍କଟ ରୋଗକୁ ପ୍ରତିରୋଧ କରିଥାଏ।

ଅଙ୍ଗୁରରେ ଫାଇବର ରହିଛି, ଯାହା ହଜମ କ୍ରିୟାରେ ସହାୟକ ହେବା ସହ କୋଷ୍ଠକାଠିନ୍ୟ ସମସ୍ୟାକୁ ମଧ୍ୟ ଦୂର କରିଥାଏ। ଏହା ପାଚନ କ୍ରିୟାକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।

ଅଙ୍ଗୁର ଖାଇବା ଦ୍ୱାରା ଆଖି ସୁସ୍ଥ ରହିଥାଏ। ଅଙ୍ଗୁରରେ ମିଳୁଥିବା ଦୁଇଟି ପିଗମେଣ୍ଟ୍ ଲ୍ୟୁଟିନ୍ ଜାକ୍ସାନ୍ଥିନ୍ ଆଖିକୁ ସୁରକ୍ଷା ଦେଇଥାଏ। ସେହିଭଳି ଅନ୍ୟାନ୍ୟ ଚକ୍ଷୁ ରୋଗରୁ ରକ୍ଷା କରିବାରେ ସାହାର୍ଯ୍ୟ କରିଥାଏ। ଏହାଛଡ଼ା ମୋତିଆବିନ୍ଦୁ ମାକୁଲାର ଡିଜେନେରେସନ ଭଳି ରୋଗର ଆଶଙ୍କାକୁ ମଧ୍ୟ କମ୍ କରିଥାଏ।

ଅଙ୍ଗୁର ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଅଙ୍ଗୁରରେ ଭିଟାମିନ୍-ସି ଏବଂ ଭିଟାମିନ୍-କେ ଭରପୂର ମାତ୍ରାରେ ରହିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ବିଭିନ୍ନ ରୋଗରୁ ଆମକୁ ରକ୍ଷା କରିଥାଏ।

ଅଙ୍ଗୁରରେ କ୍ୟାଲସିୟମ, ମ୍ୟାଗ୍ନେସିୟମ ଏବଂ ପୋଟାସିୟମ ଭଳି ଅତ୍ୟାବଶ୍ୟକ ଖଣିଜ ପଦାର୍ଥ ରହିଛି, ଯାହା ହାଡକୁ ସୁସ୍ଥ ରଖିବା ପାଇଁ ସହାୟକ ହୋଇଥାଏ ଏବଂ ଏହା ଅଷ୍ଟିଓପୋରୋସିସର ଆଶଙ୍କାକୁ କମ୍ କରିବାରେ ସହାୟକ ହୋଇଥାଏ। ଏହା ହାଡକୁ ମଜଭୁତ କରିବାରେ ମଧ୍ୟ ସହାୟକ ହୋଇଥାଏ।

ଅଙ୍ଗୁରରେ ମିଳୁଥିବା ରେସଭେରାଟ୍ରୋଲ ମସ୍ତିଷ୍କରେ ଥିବା କୋଷକୁ ରକ୍ଷା କରିବା ସହ ଆଲଜାଇମର ଭଳି ନ୍ୟୁରୋଡିଜେନେରେଟିଭ ରୋଗର ଆଶଙ୍କାକୁ ମଧ୍ୟ କମ୍ କରିଥାଏ। ସେହିଭଳି ଅଙ୍ଗୁର ଖାଇବା ଦ୍ୱାରା ରକ୍ତଚାପ ମଧ୍ୟ ନିୟନ୍ତ୍ରଣରେ ରହିଥାଏ।

What's Your Reaction?

like

dislike

love

funny

angry

sad

wow