ଅଧିକାରୀଙ୍କୁ ରେଖା ଗୁପ୍ତାଙ୍କ କଡ଼ା ତାଗିଦ, ‘୮୦୦ କୋଟି କୁଆଡ଼େ ଗଲା?’

Sep 8, 2026 - 12:13
 0  1
ଅଧିକାରୀଙ୍କୁ ରେଖା ଗୁପ୍ତାଙ୍କ କଡ଼ା ତାଗିଦ, ‘୮୦୦ କୋଟି କୁଆଡ଼େ ଗଲା?’

କାର୍ଯ୍ୟରେ ଅବହେଳାକୁ ନେଇ ନିଜର ଅସନ୍ତୋଷ ଜାହିର କରିବା ସହ ଅଧିକାରୀଙ୍କୁ କଡ଼ା ଭାଷାରେ ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଭାଇରାଲ୍ ହେଉଥିବା ଏକ ଭିଡିଓରେ, “ସବୁ ଜିନିଷର ଗୋଟିଏ ସୀମା ଅଛି” ବୋଲି କହି ଅଧିକାରୀଙ୍କ ଉପରେ ନିଜର ରାଗ ଜାହିର କରୁଥିବା ଦେଖିବାକୁ ମିଳୁଛି । 

କାର୍ଯ୍ୟରେ ଅବହେଳାକୁ ନେଇ ନିଜର ଅସନ୍ତୋଷ ଜାହିର କରିବା ସହ ଅଧିକାରୀଙ୍କୁ କଡ଼ା ଭାଷାରେ ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭାଇରାଲ୍ ହେଉଥିବା ଏକ ଭିଡିଓରେ, “ସବୁ ଜିନିଷର ଗୋଟିଏ ସୀମା ଅଛି” ବୋଲି କହି ଅଧିକାରୀଙ୍କ ଉପରେ ନିଜର ରାଗ ଜାହିର କରୁଥିବା ଦେଖିବାକୁ ମିଳୁଛି । ରେଖା ଗୁପ୍ତା ଅଧିକାରୀଙ୍କୁ ପ୍ରଶ୍ନ କରି କହିଛନ୍ତି, ଗତ ଦୁଇ ବର୍ଷ ଧରି ୮୦୦ କୋଟି ଟଙ୍କାର ପାଣ୍ଠି ଦିଆଯାଉଛି, ତେବେ ଏହି ଟଙ୍କା କୁଆଡ଼େ ଯାଉଛି? ଏପରିକି ଏହି ଟଙ୍କା କାହା ପକେଟ୍‌କୁ ଯାଉଛି କି ବୋଲି ମଧ୍ୟ କଡ଼ା ପ୍ରଶ୍ନ କରିଛନ୍ତି । ତେବେ ଏହି ଭିଡିଓରେ ଠିକ୍ କେଉଁ କାମକୁ ନେଇ ମୁଖ୍ୟମନ୍ତ୍ରୀ ଏତେ କ୍ଷୁବ୍ଧ ହୋଇଥିଲେ, ସେନେଇ ସ୍ପଷ୍ଟ ତଥ୍ୟ ମିଳିନାହିଁ । ତେବେ ଏକ ଅଞ୍ଚଳରେ କିଛି ସ୍ଲାବ୍‌ ମରାମତି କାମରେ ବିଳମ୍ବକୁ ନେଇ ସେ ଅସନ୍ତୁଷ୍ଟ ଥିବା ଜଣାପଡ଼ୁଛି ।

ଜଣେ ଅଧିକାରୀ ଆଉ ଗୋଟିଏ ସପ୍ତାହ ସମୟ ମାଗିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଏହାକୁ ନେଇ ତାଗିଦ କରିଥିଲେ । କାମରେ ଆଉ ବିଳମ୍ବକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ କଡ଼ା ଆଭିମୁଖ୍ୟ ଦେଖାଇଥିଲେ । ଅନ୍ୟପଟେ, ଦିଲ୍ଲୀର ସତ୍ୟ ନିକେତନରେ ଏକ ୫୦ ବର୍ଷ ପୁରୁଣା କୋଠା ଭୁଶୁଡ଼ି ପଡ଼ିବା ପରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ସମୟରେ ଏହି ଭିଡିଓ ସାମ୍ନାକୁ ଆସିଛି । ତେବେ ଭାଇରାଲ୍ ଭିଡିଓରେ ମୁଖ୍ୟମନ୍ତ୍ରୀଙ୍କ ଅସନ୍ତୋଷ ସତ୍ୟ ନିକେତନ ଘଟଣା ସହ ସିଧାସଳଖ ଜଡ଼ିତ କି ନୁହେଁ, ତାହା ସ୍ପଷ୍ଟ ହୋଇନାହିଁ ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି କଡ଼ା ଆଭିମୁଖ୍ୟକୁ ନେଇ ସୋସିଆଲ୍ ମିଡିଆରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି । କିଛି ୟୁଜର୍ ତାଙ୍କର ନୋ-ନନ୍ସେନ୍ସ ଆଭିମୁଖ୍ୟକୁ ପ୍ରଶଂସା କରିଥିବା ବେଳେ, ଅଧିକାରୀଙ୍କୁ ଦିଆଯାଇଥିବା ଏହି ତାଗିଦର ପ୍ରକୃତ ପ୍ରଭାବ କଣ ହେବ, ତାହା ଉପରେ ମଧ୍ୟ ନଜର ରହିଛି ।

What's Your Reaction?

like

dislike

love

funny

angry

sad

wow