କୁବେର ଯନ୍ତ୍ରୀଙ୍କ ଅମାପ ସଂପତ୍ତି ଦେଖି ତାଜୁବ ଭିଜିଲାନ୍ସ

ସରୁନି ବଲାଙ୍ଗୀରର ଲୋୟର ସୁକତେଲ ନିର୍ମାଣ ମୁଖ୍ଯମନ୍ତ୍ରୀ ସୁନୀଲ କୁମାର ରାଉତଙ୍କ କଳା ଧନ ଓ ସମ୍ପତ୍ତି ଗଣତି ।ରାଜ୍ୟ ପରେ ଏବେ ବାହାର ରାଜ୍ୟ ଉତ୍ତରପ୍ରଦେଶ ଓ ମଥୁରାରୁ ଆଉ ଦୁଇଟି ପ୍ଲଟ୍ ହୋଇଛି ଠାବ । ସମ୍ପତ୍ତି ହିସାବରେ ଏବେବି ଲାଗିଛନ୍ତି ଭିଜିଲାନ୍ସ ଅଧିକାରୀ।ଶୁକ୍ରବାର ସକାଳ ସୁଦ୍ଧା ଭିଜିଲାନ୍ସ ସୂଚନା ମୁତାବକ, କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ ଏବଂ ଉତ୍ତରପ୍ରଦେଶ ମଥୁରାର ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଦୁଇଟି ମିଶାଇ ମୋଟ୍ ୩୬ଟି ପ୍ଲଟ୍ ରହିଛି। ଏଥିସହିତ ୨.୨୬ କୋଟି ଟଙ୍କା ଜମା , ବିଭିନ୍ନ ବୀମା କମ୍ପାନୀଗୁଡିକରେ ୧.୮୬ କୋଟି ଟଙ୍କା ନିବେଶ , ବ୍ୟାଙ୍କରେ ଜମା ଆକାରରେ ରହିଛି ୪୦.୩୯ ଲକ୍ଷ ଟଙ୍କା। ସେହିପରି ୧୭୬ ଗ୍ରାମ ସୁନା, ନଗଦ ୨ ଲକ୍ଷ ୩୪ ହଜାର ଟଙ୍କା, ଦୁଇଟି ଟ୍ରକ ଓ ଚାରିଟି ବେନାମୀ କାର ମଧ୍ଯ ହୋଇଛି ଜବତ । ଏପର୍ଯ୍ୟନ୍ତ ଆକଳନ କରାଯାଇଥିବା ମୋଟ ଜମା ୨୨, ୦୦୦ କୋଟିରୁ ଅଧିକ ।ସେହିପରି ଢେଙ୍କାନାଳର ସପ୍ତଶଯ୍ୟାରେ ୮ ଏକର ଜମିରୁ ଅଧିକ ଜମିରେ ଥିବା ଫାର୍ମ ହାଉସ୍ ମଧ୍ୟରେ ଅପର୍ଯ୍ୟାପ୍ତ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଫାର୍ମ ହାଉସ୍ ଭିତରେ ଦୁଇ ମହଲା ବିଶିଷ୍ଟ ଏକ ବିଳାସପୂର୍ଣ୍ଣ ଘର। ୨୧୨୩ ବର୍ଗଫୁଟର ଗୋଟିଏ କୁକୁଡ଼ା ଫାର୍ମ। ଯେଉଁଠାରେ ପ୍ରାୟ ୧୦୦୦ ସଂଖ୍ୟକ ଦେଶ କୁକୁଡ଼ା ଏବଂ ବତକ ଅଛନ୍ତି। ୨୫୫୦ ବର୍ଗଫୁଟର ଗୋଟିଏ ଗାଈ ଫର୍ମ। ଯେଉଁଠାରେ ୪୫ ଗାଈ ଏବଂ ୨୫ ବାଛୁରୀ ଅଛନ୍ତି। ତେବେ ଫାର୍ମ ହାଉସରେ ଅମାପ ସମ୍ପତ୍ତିର ଠାବ ହୋଇଥିବାରୁ ଏହି ପରିପ୍ରେକ୍ଷୀରେ ଭେଟେରାନାରୀ ଅଧିକାରୀଙ୍କ ସହାୟତା ଲୋଡିଛନ୍ତି ଭଜିଳାନ୍ସ ଅଧିକାରୀ।। ଆଜି ତାଙ୍କ ଲକର ଖୋଲାଯିବ ବୋଲି ମିଳିଛି ସୂଚନା।
What's Your Reaction?






