ନାଳନ୍ଦା କେବଳ ଗୋଟିଏ ନାଁ ନୁହେଁ ପରିଚୟ: ମୋଦି
ବିଶ୍ୱପ୍ରସିଦ୍ଧ ବିହାରର ନାଳନ୍ଦା ବିଶ୍ୱବିଦ୍ୟାଳୟ ପୁନଃଦ୍ଧାର ସହ ନୂଆ କ୍ୟାମ୍ପସର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ନାଲନ୍ଦା ବିନାଶକୁ ମଧ୍ୟ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ। ଏହି ସମୟରେ ସେ କହିଛନ୍ତି ଯେ, ଅଗ୍ନିର ଜ୍ୱଳନ ଜ୍ଞାନକୁ ନଷ୍ଟ କରିପାରେ ନାହିଁ। ତୃତୀୟ କାର୍ଯ୍ୟକାଳ ପାଇଁ ଶପଥ ଗ୍ରହଣ କରିବା ପରେ ମୁଁ ପ୍ରଥମ ୧୦ ଦିନରେ ନାଲନ୍ଦା ପରିଦର୍ଶନ କରିବାର ସୁଯୋଗ ପାଇଛି। ଏହା କେବଳ ମୋର ସୌଭାଗ୍ୟ ନୁହେଁ, ମୁଁ ଏହାକୁ ଭାରତର ବିକାଶ ଯାତ୍ରାର ଶୁଭ ସଙ୍କେତ ଭାବରେ ମଧ୍ୟ ଦେଖୁଛି।ସେ ଆହୁରି କହିଛନ୍ତି, ନାଲନ୍ଦା ଏକ ପରିଚୟ, ସମ୍ମାନ। ନାଲନ୍ଦା ଏକ ମୂଲ୍ୟ, ମନ୍ତ୍ର, ଗର୍ବ, କାହାଣୀ । ନାଲନ୍ଦା ହେଉଛି ସତ୍ୟର ଘୋଷଣା ଯେ ବହିଗୁଡ଼ିକ ଅଗ୍ନିରେ ଜଳିପାରେ କିନ୍ତୁ ଅଗ୍ନିର ନିଆଁ ଜ୍ଞାନକୁ ନଷ୍ଟ କରିପାରିବ ନାହିଁ।
Jangyaseni Parida