ପୋଲ ଭାଙ୍ଗି ଟ୍ରାକରୁ ଖସିଲା ରେଳ, ୭ ମୃୃତ

A horrific train accident occurred in Russia's Bryansk region near the Ukraine border. Due to a broken rail, a passenger train derailed, resulting in the death of 7 people. Additionally, 30 people were injured. The death toll may rise further. The accident happened while the train was en route from Moscow to Klimovo. The cause of the accident remains unclear. Photos of the crash have surfaced on social media, showing multiple train coaches badly damaged.

Jun 1, 2025 - 12:26
 0  1
ପୋଲ ଭାଙ୍ଗି ଟ୍ରାକରୁ ଖସିଲା ରେଳ, ୭ ମୃୃତ

ୟୁକ୍ରେନ୍ ସୀମା ନିକଟବର୍ତ୍ତୀ ଋଷିଆର ବ୍ରାୟନ୍ସକ ଅଞ୍ଚଳରେ ଭୟଙ୍କର ରେଳ ଦୁର୍ଘଟଣା । ପୋଲ ଭାଙ୍ଗି ଏକ ଯାତ୍ରୀବାହି ରେଳ ଟ୍ରାକରୁ ଖସି ପଡିବାରୁ ୭ଜଣଙ୍କର ହୋଇଛି ମୃତ୍ୟୁ।ସେହିପରି ୩୦ ଜଣ ହୋଇଛନ୍ତି ଆହତ।ଆଗକୁ ଆହୁରି ବଢିପାରେ ମୃତ୍ୟୁସଂଖ୍ୟା। ରେଳଟି ମସ୍କୋରୁ କ୍ଲିମୋଭ ଯାଉଥିବା ସମୟରେ ହୋଇଛି ଏହି ଦୁର୍ଘଟଣା ।ତେବେ ଅସ୍ପଷ୍ଟ ରହିଛି ଦୁର୍ଘଟଣାର କାରଣ ।  ସାମାଜିକ ଗଣମାଧ୍ୟମରେ ସାମ୍ନାକୁ ଆସିଛି ଦୁର୍ଘଟଣାର ଫଟୋ। ରେଳର ଏକାଧିକ ବଗି ହୋଇଛି କ୍ଷତିଗ୍ରସ୍ତ।

What's Your Reaction?

like

dislike

love

funny

angry

sad

wow