ବାଘମାରୀରେ ଭୟଙ୍କର ଦୁର୍ଘଟଣା! ବିଲ ଭିତରକୁ ପଶିଗଲା ସିମେଣ୍ଟ ବୋଝେଇ ଟ୍ରକ୍
ଖୋର୍ଦ୍ଧାରୁ ଆସିଛି ସଡ଼କ ଦୁର୍ଘଟଣାର ଖବର । ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ବିଲ ଭିତରକୁ ପଶିଗଲା ସିମେଣ୍ଟ ବୋଝେଇ ଟ୍ରକ୍। ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ଆହତ ହୋଇଥିବା ଜଣାପଡ଼ିଛି । ଘଟଣା ଘଟିଛି ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବାଘମାରୀ-ବେଗୁନିଆ ମଧ୍ୟରେ ।
ଖୋର୍ଦ୍ଧାରୁ ଆସିଛି ସଡ଼କ ଦୁର୍ଘଟଣାର ଖବର । ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ବିଲ ଭିତରକୁ ପଶିଗଲା ସିମେଣ୍ଟ ବୋଝେଇ ଟ୍ରକ୍। ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ଆହତ ହୋଇଥିବା ଜଣାପଡ଼ିଛି । ଘଟଣା ଘଟିଛି ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବାଘମାରୀ-ବେଗୁନିଆ ମଧ୍ୟରେ । ଏକ ଇଟା ଫ୍ୟାକ୍ଟ୍ରି ନିକଟରେ ନୟାଗଡ଼ ଅଭିମୁଖେ ଯାଉଥିବା ସିମେଣ୍ଟ ବୋଝେଇ ଟ୍ରକ୍ଟି ହଠାତ୍ ଭାରସାମ୍ୟ ହରାଇଥିଲା ।
ଫଳରେ ଟ୍ରକ୍ଟି ରାସ୍ତା ପାର୍ଶ୍ୱରେ ଥିବା ବିଲ ଭିତରକୁ ପଶିଯାଇଥିଲା । ଦୁର୍ଘଟଣାରେ ଡ୍ରାଇଭର ଆହତ ହୋଇଛନ୍ତି । ଘଟଣା ସମ୍ପର୍କରେ ଖବର ପାଇ ବାଘମାରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି । ଦୁର୍ଘଟଣାର କାରଣ କ’ଣ, ଟ୍ରକ୍ଟି କେଉଁ ପରିସ୍ଥିତିରେ ଭାରସାମ୍ୟ ହରାଇଲା, ସେନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।
What's Your Reaction?