ୟୁଏସ୍‌ ଗ୍ରାଁ ପ୍ରିରେ କିମି ଆଣ୍ଟୋନେଲିଙ୍କ ଦମଦାର ବିଜୟ: ସର୍ବକନିଷ୍ଠ ଫର୍ମୁଲା ୱାନ୍‌ ବିଶ୍ୱ ବିଜେତା ହେବାକୁ ଆଉ ପାଦେ

Oct 26, 2026 - 14:25
ୟୁଏସ୍‌ ଗ୍ରାଁ ପ୍ରିରେ କିମି ଆଣ୍ଟୋନେଲିଙ୍କ ଦମଦାର ବିଜୟ: ସର୍ବକନିଷ୍ଠ ଫର୍ମୁଲା ୱାନ୍‌ ବିଶ୍ୱ ବିଜେତା ହେବାକୁ ଆଉ ପାଦେ

ଏହି ପ୍ରତିଯୋଗିତାରେ ଫେରାରିର ଚାର୍ଲେସ୍‌ ଲେକ୍‌ଲର୍କ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ। ସେ ଆଣ୍ଟୋନେଲିଙ୍କଠାରୁ ୧୩.୦୭୮ ସେକେଣ୍ଡ ପଛରେ ରହିଥିଲେ। ସେହିପରି ରେଡ୍‌ବୁଲ୍‌ର ମ୍ୟାକ୍ସ ଭର୍ସ୍ତାପେନ୍‌ ତୃତୀୟ ସ୍ଥାନ ଅଧିକାର କରିଥିଲେ। 

 ଫର୍ମୁଲା ୱାନ୍‌ ରେସିଂ ଦୁନିଆରେ ନୂଆ ଇତିହାସ ରଚିବାକୁ ଯାଉଛନ୍ତି ଇଟାଲିର ଯୁବ ଚାଳକ କିମି ଆଣ୍ଟୋନେଲି। ଆମେରିକାର ଟେକ୍ସାସ୍‌ରେ ଆୟୋଜିତ ୟୁଏସ୍‌ ଗ୍ରାଁ ପ୍ରିରେ ଚମତ୍କାର ପ୍ରଦର୍ଶନ କରି ବିଜୟୀ ହୋଇଛନ୍ତି ମର୍ସିଡିଜ୍‌ର ଏହି ୨୦ ବର୍ଷୀୟ ଚାଳକ। ଏହି ବିଜୟ ସହ ସେ ଫର୍ମୁଲା ୱାନ୍‌ ଇତିହାସର ସର୍ବକନିଷ୍ଠ ବିଶ୍ୱ ବିଜେତା ହେବାର ଆହୁରି ନିକଟତର ହୋଇଛନ୍ତି।

ରବିବାର ଅଷ୍ଟିନ୍‌ର ସର୍କିଟ୍‌ ଅଫ୍‌ ଦି ଆମେରିକାସ୍‌ରେ ଆୟୋଜିତ ଏହି ରେସ୍‌ରେ ଆଣ୍ଟୋନେଲି ଆରମ୍ଭରୁ ହିଁ ନିଜ ଦବ୍‌ଦବା ଜାହିର କରିଥିଲେ। ପୋଲ୍‌ ପୋଜିସନ୍‌ରୁ ରେସ୍‌ ଆରମ୍ଭ କରିଥିବା ଆଣ୍ଟୋନେଲି ୫୬ ଲାପ୍‌ ବିଶିଷ୍ଟ ରେସ୍‌କୁ ୧ ଘଣ୍ଟା ୩୫ ମିନିଟ୍‌ ୧୬.୬୫୦ ସେକେଣ୍ଡରେ ଶେଷ କରିଥିଲେ। ଏହା ଚଳିତ ଋତୁରେ ତାଙ୍କର ନବମ ଗ୍ରାଁ ପ୍ରି ବିଜୟ।

ଏହି ପ୍ରତିଯୋଗିତାରେ ଫେରାରିର ଚାର୍ଲେସ୍‌ ଲେକ୍‌ଲର୍କ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ। ସେ ଆଣ୍ଟୋନେଲିଙ୍କଠାରୁ ୧୩.୦୭୮ ସେକେଣ୍ଡ ପଛରେ ରହିଥିଲେ। ସେହିପରି ରେଡ୍‌ବୁଲ୍‌ର ମ୍ୟାକ୍ସ ଭର୍ସ୍ତାପେନ୍‌ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସାତଥରର ବିଶ୍ୱ ବିଜେତା ତଥା ଫେରାରି ଚାଳକ ଲୁଇସ୍‌ ହାମିଲଟନ୍‌ ଚତୁର୍ଥ ସ୍ଥାନରେ ରେସ୍‌ ଶେଷ କରିଥିବା ବେଳେ ମର୍ସିଡିଜ୍‌ର ଜର୍ଜ ରସେଲ୍‌ ଅଷ୍ଟମ ସ୍ଥାନରେ ରହିଥିଲେ। 

ଏହି ବିଜୟ ପରେ ଆଣ୍ଟୋନେଲି ୩୬୫ ପଏଣ୍ଟ ସହ ଡ୍ରାଇଭର୍ସ ଚାମ୍ପିଅନସିପ୍‌ ତାଲିକାର ଶୀର୍ଷରେ ରହିଛନ୍ତି। ତାଙ୍କ ସାଥୀ ଜର୍ଜ ରସେଲ୍‌ ୨୪୨ ପଏଣ୍ଟ ସହ ଦ୍ୱିତୀୟ ଓ ହାମିଲଟନ୍‌ ୨୪୧ ପଏଣ୍ଟ ସହ ତୃତୀୟ ସ୍ଥାନରେ ଅଛନ୍ତି। ଆସନ୍ତା ସପ୍ତାହରେ ହେବାକୁ ଥିବା ମେକ୍ସିକୋ ସିଟି ଗ୍ରାଁ ପ୍ରିରେ ଆଣ୍ଟୋନେଲି ନବମ କିମ୍ବା ତା'ଠାରୁ ଉନ୍ନତ ସ୍ଥାନ ହାସଲ କଲେ ବିଶ୍ୱ ବିଜେତା ମୁକୁଟ ନିଶ୍ଚିତ କରିପାରିବେ। ଏପରି ହେଲେ ସେ ଫର୍ମୁଲା ୱାନ୍‌ ଇତିହାସର ସର୍ବକନିଷ୍ଠ ବିଶ୍ୱ ବିଜେତା ହେବାର ଗୌରବ ଅର୍ଜନ କରିବେ। 

What's Your Reaction?

like

dislike

love

funny

angry

sad

wow