୧୧୩ ରନ୍‌ରେ ଅଲଆଉଟ୍‌ ପରେ ଭାରତର ଦମଦାର ପ୍ରତ୍ୟାବର୍ତ୍ତନ, ୧ ରନ୍‌ ପାଇଁ ଦ୍ୱିଶତକରୁ ବଞ୍ଚିତ ପଡ଼ିକଲ

Oct 26, 2026 - 14:21
୧୧୩ ରନ୍‌ରେ ଅଲଆଉଟ୍‌ ପରେ ଭାରତର ଦମଦାର ପ୍ରତ୍ୟାବର୍ତ୍ତନ, ୧ ରନ୍‌ ପାଇଁ ଦ୍ୱିଶତକରୁ ବଞ୍ଚିତ ପଡ଼ିକଲ

ନ୍ୟୁଜିଲାଣ୍ଡର ଲିନ୍‌କନ୍‌ସ୍ଥିତ ବର୍ଟ ସୁଟ୍‌କ୍ଲିଫ୍‌ ଓଭାଲରେ ଚାଲିଥିବା ମୁକାବିଲାର ତୃତୀୟ ଦିନ ଷ୍ଟମ୍ପ୍ସ ବେଳକୁ ଭାରତ ‘ଏ’ ୮ ୱିକେଟ୍‌ ହରାଇ ୪୮୮ ରନ୍‌ ସଂଗ୍ରହ କରିଛି। ଏଥିସହ ଦଳ ନ୍ୟୁଜିଲାଣ୍ଡଠାରୁ ୨୮୪ ରନ୍‌ରେ ଆଗୁଆ ରହିଛି। 

ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷ ପ୍ରଥମ ଅନୌପଚାରିକ ଟେଷ୍ଟ୍‌ରେ ଭାରତ ‘ଏ’ର ଜବରଦସ୍ତ ପ୍ରତ୍ୟାବର୍ତ୍ତନ। ପ୍ରଥମ ପାଳିରେ ମାତ୍ର ୧୧୩ ରନ୍‌ରେ ଅଲଆଉଟ୍‌ ହୋଇଥିବା ଭାରତ ଦ୍ୱିତୀୟ ପାଳିରେ ଦମଦାର ବ୍ୟାଟିଂ କରି ଘରୋଇ ଦଳକୁ ଚାପରେ ପକାଇଛି। ଦେବଦତ୍ତ ପଡ଼ିକଲଙ୍କ ବିସ୍ଫୋରକ ୧୯୯ ରନ୍‌ ଏବଂ ସାଇ ସୁଦର୍ଶନଙ୍କ ୯୧ ରନ୍‌ ବଳରେ ଭାରତ ମ୍ୟାଚ୍‌କୁ ଫେରିଛି।

ନ୍ୟୁଜିଲାଣ୍ଡର ଲିନ୍‌କନ୍‌ସ୍ଥିତ ବର୍ଟ ସୁଟ୍‌କ୍ଲିଫ୍‌ ଓଭାଲରେ ଚାଲିଥିବା ମୁକାବିଲାର ତୃତୀୟ ଦିନ ଷ୍ଟମ୍ପ୍ସ ବେଳକୁ ଭାରତ ‘ଏ’ ୮ ୱିକେଟ୍‌ ହରାଇ ୪୮୮ ରନ୍‌ ସଂଗ୍ରହ କରିଛି। ଏଥିସହ ଦଳ ନ୍ୟୁଜିଲାଣ୍ଡଠାରୁ ୨୮୪ ରନ୍‌ରେ ଆଗୁଆ ରହିଛି। ୱାସିଂଟନ୍‌ ସୁନ୍ଦର ୫୧ ରନ୍‌ ଏବଂ ଆକାଶ ଦୀପ ବିନା କୌଣସି ରନ୍‌ରେ ଅପରାଜିତ ଅଛନ୍ତି।

ଦ୍ୱିତୀୟ ଦିନର ଅସମାପ୍ତ ସ୍କୋର୍‌ ୧୦୬/୨ରୁ ଖେଳ ଆରମ୍ଭ କରିଥିବା ଭାରତୀୟ ଦଳ ତୃତୀୟ ଦିନରେ ଆଉ ୩୮୨ ରନ୍‌ ଯୋଡ଼ିଥିଲା। ଦେବଦତ୍ତ ପଡ଼ିକଲ ଏବଂ ସାଇ ସୁଦର୍ଶନ ତୃତୀୟ ୱିକେଟ୍‌ ପାଇଁ ୨୧୫ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଭାଗୀଦାରି ଗଢ଼ିଥିଲେ। ତେବେ ପଡ଼ିକଲ ମାତ୍ର ଗୋଟିଏ ରନ୍‌ ପାଇଁ ଦ୍ୱିଶତକରୁ ବଞ୍ଚିତ ହୋଇଥିବା ବେଳେ ସୁଦର୍ଶନ ୯ ରନ୍‌ ପାଇଁ ଶତକ ହାସଲ କରିପାରିନଥିଲେ।

ଅନ୍ୟପଟେ ଅଧିନାୟକ ଧ୍ରୁବ ଜୁରେଲ ମାତ୍ର ୨ ରନ୍‌ କରି ନିରାଶ କରିଥିଲେ। କିନ୍ତୁ ମଧ୍ୟକ୍ରମ ଓ ନିମ୍ନକ୍ରମ ବ୍ୟାଟର୍‌ମାନେ ଦଳର ସ୍ଥିତି ସମ୍ଭାଳିଥିଲେ। ୟଶ୍‌ ରାଠୋଡ଼ ୬୬, ଆକ୍ବିବ ନବି ୩୮ ଏବଂ ଅଂଶୁଲ କମ୍ବୋଜ ୨୩ ରନ୍‌ର ଯୋଗଦାନ ଦେଇଥିଲେ। ପୂର୍ବରୁ ନ୍ୟୁଜିଲାଣ୍ଡ ‘ଏ’ ପ୍ରଥମ ପାଳିରେ ୩୧୭ ରନ୍‌ କରି ୨୦୪ ରନ୍‌ର ଅଗ୍ରଣୀ ହାସଲ କରିଥିଲା। ତେବେ ଭାରତର ଦ୍ୱିତୀୟ ପାଳିର ଚମତ୍କାର ବ୍ୟାଟିଂ ଏବେ ମ୍ୟାଚ୍‌ର ସମୀକରଣ ବଦଳାଇ ଦେଇଛି। ଚତୁର୍ଥ ଦିନରେ ଭାରତ କେତେ ବଡ଼ ଲକ୍ଷ୍ୟ ଦେବ ଏବଂ ନ୍ୟୁଜିଲାଣ୍ଡ କିଭଳି ଜବାବ ଦେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। 

What's Your Reaction?

like

dislike

love

funny

angry

sad

wow