ଆଜି ଶ୍ରାବଣ ପ୍ରଥମ ସୋମବାର

Jul 22, 2024 - 12:10
 0  5
ଆଜି ଶ୍ରାବଣ ପ୍ରଥମ ସୋମବାର

ଆଜି ହେଛି ଶ୍ରାବଣ ମାସର ପ୍ରଥମ ସୋମବାର । ଚଳଚଞ୍ଚଳ ସମସ୍ତ ଶୈବପୀଠ ।ଶ୍ରାବଣ ମାସରେ ଦେବ ଦେବ ମହାଦେବଙ୍କୁ ଜଳ ଲାଗି କଲେ ମାନସିକ ପୂରଣ ହୁଏ ବୋଲି ରହିଛି ବିଶ୍ୱାସ। ତେଣୁ ମନସ୍କାମନା ପୂରଣ ଲାଗି ଦୂର ଦୂରାନ୍ତରୁ ପାଣି ଆଣି ଦେବଦେବ ମହାଦେବଙ୍କ ଉପରେ ପାଣି ଢାଳି ଜଳାଭିଷେକ କରୁଛନ୍ତି କାଉଡ଼ିଆ । ଶୃଙ୍ଖଳିତ ଜଳଲାଗି ପାଇଁ ପୋଲିସ୍ ଓ ପ୍ରଶାସନ ପକ୍ଷରୁ କରାଯାଇଛି  ସମସ୍ତ ବ୍ୟବସ୍ଥା । ସେହିପରି କାଉଡ଼ିଆଙ୍କର ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା, ଅପ୍ରୀତିକର ପରିସ୍ଥିତିକୁ ରୋକିବା ଲାଗି ବ୍ୟାପକ ବନ୍ଦୋବସ୍ତ କରିଛି କମିଶନରେଟ ପୋଲିସ। 

What's Your Reaction?

like

dislike

love

funny

angry

sad

wow