ଏଣିକି ଧାନ ମଣ୍ଡିରେ ଲାଗିବ ସିସିଟିଭି
ଏଣିକି ସବୁ ଧାନ ମଣ୍ଡିରେ ଲାଗିବ ସିସିଟିଭି। ମଣ୍ଡିରୁ ମିଲକୁ ଯାଉଥିବା ଗାଡିରେ ଲାଗିବ ଜିପିଏସ୍ । ସିସିଟିଭି ମାଧ୍ୟମରେ ମଣ୍ଡିରେ ଚାଲିଥିବା କାର୍ଯ୍ୟ ଏବଂ ଗାଡ଼ିରେ ଧାନ କେଉଁ ଆଡ଼କୁ ଯାଉଛି ,ସେ ସବୁକୁ କରାଯିବ ତଦାରଖ।ରାଜ୍ୟରେ ଦୁର୍ନୀତିକୁ ରୋକିବାକୁ କିଛି ଏଭଳି ଢଙ୍ଗରେ ତତ୍ପର ହୋଇଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ । ଏନେଇ ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।ଅନ୍ୟପଟେ ଦୁର୍ନୀତି କଲେ ନିଆଯିବ କଠୋର ପଦକ୍ଷେପ । ଏଥିସହ ରାଜ୍ୟର ସମସ୍ତ ବ୍ଲକରେ ଶୀତଳ ଭଣ୍ଡାର କରିବା ନେଇ କୃଷି ବିଭାଗ ସହିତ ହୋଇଛି ଆଲୋଚନା । ରାଜ୍ୟରେ ଅଧିକରୁ ଅଧିକ ଶୀତଳ ଭଣ୍ଡାର ହେଉ ବୋଲି ମୁଖ୍ୟମନ୍ତ୍ରୀ ଚାହୁଁଥିବା କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
What's Your Reaction?