ନଦୀରେ ଭାସିଗଲା ସେନା ଟ୍ୟାଙ୍କ, ୫ ଯବାନ ସହିଦ

ଅଭ୍ୟାସ ବେଳେ ଜମ୍ମୁ କଶ୍ମୀର ଲଦାଖରେ ନଦୀରେ ବୁଡ଼ିଲା ଭାରତୀୟ ସେନାର ଟ୍ୟାଙ୍କ। ଫଳରେ ଏଥିରେ ସହିଦ ହୋଇଛନ୍ତି ୫ ଜଣ ଯବାନ। ପ୍ରତିରକ୍ଷା ବିଭାଗର ସୂଚନା ଅନୁୟାୟୀ, ଦୌଲତ ବେଗ ଓଲ୍ଡି ଅଞ୍ଚଳରେ ସେନା ଯବାନଙ୍କ ପକ୍ଷରୁ ଟ୍ୟାଙ୍କ ଗୁଡିକ କିଭଳି ନଦୀ ପାର କରିବେ ସେନେଇ ଚାଲିଥିଲା ଅଭ୍ୟାସ। ଅଭ୍ୟାସ ସମୟରେ ଟ୍ୟାଙ୍କ ନଦୀ ପାର କରିବାକୁ ଉଦ୍ୟମ କରୁଥିବା ବେଳେ ଅଚାନକ ନଦୀରେ ବୃଦ୍ଧି ପାଇଥିଲା ଜଳସ୍ତର । ଫଳରେ ନଦୀରେ ଭାସି ଯାଇଥିଲା ଟ୍ୟାଙ୍କ୍,ଯେଉଁଥିରେ ସହିଦ ହୋଇଛନ୍ତି ଜଣେ ଜେସିଓ ଏବଂ ୪ ଜଣ ଯବାନ।ଉଦ୍ଧାର ହୋଇଛି ସମସ୍ତଙ୍କର ମୃତଦେହ। ଏହି ଘଟଣାକୁ ନେଇ ଶୋକବ୍ଯକ୍ତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।
What's Your Reaction?






