ଦିଲ୍ଲୀରେ ଦୀର୍ଘ ୮୮ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

ଦିଲ୍ଲୀରେ ଦୀର୍ଘ ୮୮ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା। ଗୋଟିଏ ଦିନରେ ଏତେ ପରିମାଣର ବର୍ଷା କେବେ ହୋଇ ନଥିବା ମିଳିଛି ସୂଚନା। ସେପଟେ ଆସନ୍ତା ୫ ଦିନରେ ପୁଣି ଅଧିକ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ତେଣେ ଦିଲ୍ଲୀରେ ୬କୁ ବୃଦ୍ଧି ପାଇଛି ବର୍ଷାଜନିତ ମୃତ୍ଯୁସଂଖ୍ଯା।ଦ୍ବାରକା, ପାଲମ, ବସନ୍ତ ବିହାର, ବସନ୍ତ କୁଞ୍ଜ, ଗୁରୁଗାଓଁ, ଫରିଦାବାଦ, ମାନେସର ଆଦି ଅଞ୍ଚଳରେ ଅଧିକ ଘନୀଭୂତ ହୋଇଛି ସ୍ଥିତି। ପ୍ରବଳ ବର୍ଷା ଯୋଗୁ ଅନେକ ଅଞ୍ଚଳ ଜଳବନ୍ଦୀ ହୋଇଥିବା ବେଳେ ଉପୁଡି ପଡିଛି ଅନେକ ଗଛ। ବିଦ୍ଯୁତ ସମସ୍ଯା ଜାରି ରହିଥିବା ବେଳେ ଅନେକ ଅଞ୍ଚଳରେ ପାନୀୟ ଜଳ ସମସ୍ଯା ତୀବ୍ର ହୋଇଛି। ରାସ୍ତାରେ ଅଟକି ରହିଛନ୍ତି ଶହ ଶହ ଯାନବାହନ। ଜଳଘେରରେ ରହିଛନ୍ତି ଲକ୍ଷାଧିକ ଲୋକ। ସ୍ଥିତି ସମୀକ୍ଷା କରିଛନ୍ତି ରାଜ୍ଯପାଳ ଭିକେ ସକ୍ସେନା।ସେପଟେ ମହାନଗରୀ ମୁମ୍ବାଇରେ ବି ଉପୁଜିଛି ଜଳବନ୍ଦୀ ସ୍ଥିତି ।
What's Your Reaction?






