ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ବସ୍ତି

ସର୍ବୋଚ୍ଚଅଦାଲତରୁ ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ବସ୍ତି । ଦିଲ୍ଲୀ ମଦ ନୀତି ମାମଲାରେ ଗିରଫ ହୋଇ କାରାଗାରରୋ ଥିବା କେଜ୍ରିୱାଲଙ୍କୁ ଉଚ୍ଚନ୍ୟାୟଳୟଙ୍କ ଚୂଡାନ୍ତ ଶୁଣାଣିକୁ ଅପେକ୍ଷା କରିବାକୁ କହିଛନ୍ତି ସର୍ବୋଚ୍ଚଅଦାଲତ,ଯାହାକି ଜାମିନ ପାଇଁ ବ୍ଯାକୁଳ ଥିବା କେଜ୍ରିୱାଲଙ୍କୁ କରିଛି ହତାଶ।୨୬ ଜୁନରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି । ମଦନୀତି ମାମଲାରେ ନିମ୍ନ ଅଦାଲତଙ୍କ ଜାମିନକୁ ବିରୋଧ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଫଳରେ ଜାମିନ ପ୍ରଦାନ ପାଇଁ ମଧ୍ୟବର୍ତ୍ତୀକାଳୀନ ରୋକ ରୋକ ଲଗାଇବା ସହିତ ରାୟ ସଂରକ୍ଷିତ ରଖିଥିଲେ ଉଚ୍ଚନ୍ୟାଳୟ । ଏହାପରେ ରୋକ ଉଠାଇବା ନେଇ ତୁରନ୍ତ ଜାମିନ ଆଶାରେ ସର୍ବୋଚ୍ଚଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ କେଜ୍ରିୱାଲ ।
What's Your Reaction?






