ଅସ୍ଥାୟୀ ବାଚସ୍ପତି ଚୟନକୁ ନେଇ ଇଣ୍ଡିଆ ମେଣ୍ଟର ବିକ୍ଷୋଭ

ଲୋକସଭାର ଅସ୍ଥାୟୀ ବାଚସ୍ପତି ଚୟନକୁ ନେଇ ପ୍ରତିବାଦ ଓ ବିକ୍ଷୋଭ କରିଛି ଇଣ୍ଡିଆ ମେଣ୍ଟ। ବିଜେପି ସାଂସଦ ଭର୍ତ୍ତୃହରି ମହତାବଙ୍କ ବଦଳରେ କଂଗ୍ରେସର କେ ସୁରେଶଙ୍କୁ ଲୋକସଭାର ଅସ୍ଥାୟୀ ବାଚସ୍ପତି ଭାବେ ନିଯୁକ୍ତି ଦିଆଯିବା ଉଚିତ ବୋଲି ସେମାନେ କରିଛନ୍ତି ଦାବି। ହାତରେ ସମ୍ବିଧାନ ଧରି କଂଗ୍ରେସ, ସମାଜବାଦୀ ପାର୍ଟି, ଟିଏମସି ଓ ଅନ୍ଯ ମେଣ୍ଟ ସହଯୋଗୀ ପାର୍ଲାମେଣ୍ଟ ପରିସରରେ କରିଛନ୍ତି ପ୍ରତିବାଦ। ନିଜେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ମଲ୍ଲିକାର୍ଜୁନ ଖଡଗେ ମଧ୍ଯ ଏହି ବିକ୍ଷୋଭରେ ହୋଇଛନ୍ତି ସାମିଲ ।ଇଣ୍ଡିଆ ମେଣ୍ଟର କହିବା କଥା ହେଲା ପରମ୍ପରା ଅନୁସାରେ ଗୃହର ସବୁଠୁ ବରିଷ୍ଠ ସଭ୍ଯଙ୍କୁ ଅସ୍ଥାୟୀ ବାଚସ୍ପତି ଭାବେ ବଛାଯିବ ଉଚିତ । ଏହି ଦୃଷ୍ଟିରୁ ଦେଖିଲେ କେ ସୁରେଶ ଏହି ପଦ ପାଇଁ ଯୋଗ୍ଯ । ସେ ଆଠ ଥର ଲୋକସଭାକୁ ହୋଇଛନ୍ତି ନିର୍ବାଚିତ। ଆରପଟେ ସପ୍ତମ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ଭର୍ତ୍ତୃହରି ମହତାବ। ତେଣୁ କେ. ସୁରେଶ ହିଁ ଅସ୍ଥାୟୀ ବାଚସ୍ପତି ହେବା କଥା। ଏହାର ଜବାବରେ ବିଜେପି ପକ୍ଷରୁ କୁହାଯାଇଛି ଯେ- ଆଗରୁ ଅନେକ ଥର ପରମ୍ପରା ଭାଙ୍ଗିଛି କଂଗ୍ରେସ। ତା ଛଡ଼ା କେ ସୁରେଶ ଲଗାତର ଭାବେ ୮ ଥର ଲୋକସଭାକୁ ହୋଇନାହାନ୍ତି ନିର୍ବାଚିତ।
What's Your Reaction?






