ଇତିହାସ ରଚିଲା ଦିଲ୍ଲୀ ରାଜନୀତି, ଗୃହର ମୁଖ୍ୟ ପଦବୀରେ ମୁହାଁମୁହିଁ ହେବେ ଦୁଇ ମହିଳା

ଇତିହାସ ରଚିଲା ଦିଲ୍ଲୀ ରାଜନୀତି ।ଦିଲ୍ଲୀ ବିଧାନସଭାରେ ଏବେ ଦୁଇମହିଳା ନେତ୍ରୀ ହେବେ ମୁହାଁମୁହିଁ । ଗୋଟିଏ ପଟେ, ଭାରତୀୟ ଜନତା ପାର୍ଟି ଶାଲିମାର ବାଗର ବିଧାୟକ ରେଖା ଗୁପ୍ତାଙ୍କୁ ମୁଖ୍ୟମନ୍ତ୍ରୀ କରିଥିବାବେଳେ ଅନ୍ୟପଟେ ଆଜି ଆମ ଆଦମୀ ପାର୍ଟିର ବିଧାୟକ ଦଳ ବୈଠକରେ ବିରୋଧୀ ଦଳ ନେତା ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ହୋଇଛନ୍ତି ନିର୍ବାଚିତ ।ଦେଶର ରାଜନଧାନୀ ଦିଲ୍ଲୀରେ ଶାସକ ଦଳ ଏବଂ ବିରୋଧୀ ଦଳର ଶୀର୍ଷ ପଦବୀରେ ରହିବେ ଏହି ଦୁଇ ମହିଳା।
What's Your Reaction?






