ଓସିଏ ସଭାପତି ଭାବେ ନିର୍ବାଚିତ ହେଲେ ପଙ୍କଜ ଲୋଚନ

ଓଡିଶା କ୍ରିକେଟ୍ ଆସୋସିଏସନ ତଥା ଓସିଏ ସଭାପତି ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି ପଙ୍କଜ ଲୋଚନ ମହାନ୍ତି। ସଭାପତି ନିର୍ବାଚନ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ସେ ଦାଖଲ କରିଥିଲେ ନାମାଙ୍କନ। ପ୍ରଣବ ପ୍ରକାଶ ଦାସଙ୍କ ଇସ୍ତଫା ପରେ ଖାଲି ପଡିଥିଲା ଏହି ଆସନ। ପୂର୍ବରୁ କାର୍ଯ୍ୟକାରୀ ସଭାପତି ଭାବେ ଦାଇତ୍ୱ ତୁଲାଇଥିଲେ ପଙ୍କଜ ଲୋଚନ।ତେବେ ବାରବାଟୀ ଫ୍ଲଡଲାଇଟ ବିଭ୍ରାଟ ନେଇ ନବ ନିର୍ବାଚିତ ସଭାପତି ପଙ୍କଜ ଲୋଚନ ମହାନ୍ତି କହିଛନ୍ତି ଯେ, ସରକାର ମାଗିଥିବା କାରଣ ଦର୍ଶାଅ ନୋଟିସର ଦିଆଯାଇଛି ଉତ୍ତର ।ଆଗକୁ ଯେପରି ଏଭଳି ସମସ୍ୟା ନହୁଏ ସେଥିପ୍ରତି ଦିଆଯିବ ଧ୍ୟାନ ।ଏଣିକି ପ୍ରତି ଲାଇଟ ପାଇଁ ମହଜୁଦ ରଖାଯିବ ୨ଟି ଜେନେରେଟର ।
What's Your Reaction?






