ସହଦେବଙ୍କ ପରିବାରକୁ ଦିଆଯାଉ ୧କୋଟି ଟଙ୍କା ସହାୟତା , କ୍ଷତିପୂରଣ ନମିଳିଲେ ରାଜରାସ୍ତାକୁ ଓହ୍ଲାଇବାକୁ ବିଜେଡିର ଚେତାବନୀ

ଗତକାଲି ଭୂବନେଶ୍ୱରରେ ଘଟିଥିବା ବିଭତ୍ସ ହତ୍ୟାକାଣ୍ଡକୁ ନେଇ ଏବେ ବି ଜାରି ରହିଛି ଉତ୍ତେଜନା ।ହତ୍ୟାକାଣ୍ଡର ଅଭିଯୁକ୍ତଙ୍କ ପାଇଁ ମୃତ୍ୟୁଦଣ୍ଡ ଦାବି କରି ସଫେଇ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ପ୍ରେସମିଟ୍ କରି ମୃତ ବ୍ୟକ୍ତିଙ୍କ ପରିବାରକୁ ୧କୋଟି ଟଙ୍କା କ୍ଷତିପୂରଣ ଦେବା ସହ ତାଙ୍କ ସ୍ତ୍ରୀଙ୍କୁ ଚାକିରି ଦେବା ପାଇଁ ଦାବି କରିଛି ବିଜେଡି । ୭ଦିନ ଭିତରେ କ୍ଷତିପୂରଣ ନଦିଆଗଲେ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଦେଇଛି ଚେତାବନୀ । ବିଧାୟକ ଅନନ୍ତ ଜେନା କହିଛନ୍ତି ଯେ, ରାଜଧାନୀରେ ଭୟଙ୍କର ସ୍ଥିତି ।ଦୀର୍ଘ ଦିନ ଧରି ପୋଲିସର ସୂଚନାଦାତା ଥିଲେ ସହଦେବ । କେଦାର ପଲ୍ଲୀ ଅଞ୍ଚଳରେ ନିଶା ବନ୍ଦ ପାଇଁ କରୁଥିଲେ ଚେଷ୍ଟା । ତା ଫଳ ସ୍ୱରୂପ ଦିବା ଲୋକରେ ମୁଣ୍ଡ କାଟି ମାରିଦେଲେ । ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଆସୁଛନ୍ତି ଚାରିଆଡେ ପୋଲିସ ଛାଉଣୀ । ତଥାବି ଘଟିଗଲା ଏପରି ଘଟଣା । ଦୁଇଟି ଝିଅ ତା ପରିବାରକୁ ନ୍ୟାୟ ଦେବ କିଏ ? ବୋଲି ପ୍ରଶ୍ନ କରିଛନ୍ତି ଅନନ୍ତ ଜେନା।
What's Your Reaction?






