ତେଲେଙ୍ଗାନାରେ ସୁଡ଼ଙ୍ଗରେ ଫସିଛନ୍ତି ୮ ଶ୍ରମିକ , ଚାଲିଛି ଉଦ୍ଧାର କାର୍ଯ୍ୟ

Feb 23, 2025 - 12:57
 0  2
ତେଲେଙ୍ଗାନାରେ ସୁଡ଼ଙ୍ଗରେ ଫସିଛନ୍ତି ୮ ଶ୍ରମିକ , ଚାଲିଛି ଉଦ୍ଧାର କାର୍ଯ୍ୟ

ତେଲେଙ୍ଗାନା ନାଗରକୁରନୁଲ ଜିଲ୍ଲାରେ ନିର୍ମାଣାଧୀନ ସୁଡଙ୍ଗ ଭୁଶୁଡ଼ି ପଡ଼ିବାରୁ ଫସି ରହିଥିବା ୮ କର୍ମଚାରୀଙ୍କୁ ଉଦ୍ଧାର ପାଇଁ ଜୋରଦାର ଚାଲିଛି ଉଦ୍ଧାର ଅଭିଯାନ । ରାତି ସାରା ଏସ୍‌ଡିଆରଏଫ୍ ଦଳ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ ମଧ୍ୟ ସୁଡଙ୍ଗ ଭିତରକୁ ଯିବା ହୋଇନାହିଁ ସମ୍ଭବ  । ସୁଡଙ୍ଗ ଭିତରେ କାଦୁଅ ଭର୍ତ୍ତି ହୋଇଥିବାରୁ ଅନ୍ୟ ବାଟ ଦେଇ ଯିବା ପାଇଁ ଚାଲିଛି ଉଦ୍ୟମ । ଭାରତୀୟ ସେନା ଓ ଏନ୍‌ଡିଆରଏଫ୍‌ର ମଧ୍ୟ ନିଆଯାଉଛି ସହାୟତା ।  ଦୀର୍ଘ ଦିନ ଧରି ଅଟକି ରହିଥିଲା ଏହି ସୁଡଙ୍ଗ କାମ।୪ ଦିନ ତଳେ ପୁଣି ଥରେ କାମ ଆରମ୍ଭ ହୋଇଥିଲା। ଏକ ଲିକ୍‌କୁ ମରାମତି କରିବା ପାଇଁ କିଛି ଶ୍ରମିକ ଓ ଇଞ୍ଜିନିୟର ଯାଇଥିବା ବେଳେ ଘଟିଥିଲା ଅଘଟଣ । ସେମାନଙ୍କ ମଧ୍ୟରୁ ଅନେକ ବାହାରି ଆସିବାରେ ସଫଳ ହୋଇଥିବାବେଳେ ସୁଡଙ୍ଗ ଭିତରେ ଫସି ରହିଛନ୍ତି ୨ ଜଣ ଇଞ୍ଜିନିୟର, ୨ ଜଣ ମେସିନ୍ ଅପରେଟର ଓ ୪ ଜଣ ଶ୍ରମିକ । ଏମାନେ ଝାଡଖଣ୍ଡ, ଉତ୍ତରପ୍ରଦେଶ, ଜାମ୍ମୁ-କାଶ୍ମୀର ଓ ପଞ୍ଜାବର ବାସିନ୍ଦା ବୋଲି ମିଳିଛି ସୂଚନା ।  

What's Your Reaction?

like

dislike

love

funny

angry

sad

wow