ଓଡ଼ିଶାକୁ ପୁଞ୍ଜି ଆଣିବାକୁ ଆବୁଧାବିରେ ମାରାଥନ ବୈଠକ! ଉଦ୍ୟୋଗୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

Sep 10, 2026 - 12:10
 0  1
ଓଡ଼ିଶାକୁ ପୁଞ୍ଜି ଆଣିବାକୁ ଆବୁଧାବିରେ ମାରାଥନ ବୈଠକ! ଉଦ୍ୟୋଗୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ପାଇଁ ପାଞ୍ଚ ଦିନିଆ ୟୁଏଇ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆବୁଧାବି ପହଞ୍ଚିବା ପରଠୁ ଆଜି ଯାଏଁ ଅନ୍ତର୍ଜାତୀୟ ନିବେଶକଙ୍କ ସହ ମାରାଥନ ବୈଠକ କରୁଛନ୍ତି । 

ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ପାଇଁ ପାଞ୍ଚ ଦିନିଆ ୟୁଏଇ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆବୁଧାବି ପହଞ୍ଚିବା ପରଠୁ ଆଜି ଯାଏଁ ଅନ୍ତର୍ଜାତୀୟ ନିବେଶକଙ୍କ ସହ ମାରାଥନ ବୈଠକ କରୁଛନ୍ତି । ଇନଭେଷ୍ଟର୍ସ ମିଟ ଅଭିଯାନର ପ୍ରଥମ ଦିନରେ ଆଇଏଚସି ଗ୍ରୁପ ଓଡ଼ିଶାରେ ନିବେଶ ପାଇଁ ଆଗ୍ରହ ଦେଖାଇଛି । ୧୪ ପ୍ରକଳ୍ପରେ ୨.୧୦୫ ଟ୍ରିଲିୟନ ନିବେଶ ହେବ ବୋଲି ଆକଳନ କରାଯାଉଛି ।

ସେହିପରି ଓଡ଼ିଶାଭିତ୍ତିକ କମ୍ପାନିଙ୍କ ଉତ୍ପାଦକୁ ବିଶ୍ୱ ବଜାରରେ ପହଞ୍ଚାଇବାକୁ ରାଉଣ୍ଡଟେବଲୁ ବୈଠକ କରିଛନ୍ତି। ଅନେକ ଅନ୍ତର୍ଜାତୀୟ କମ୍ପାନି ସହ ବୈଠକ କରି ଓଡ଼ିଶାରେ ନିବେଶ କେତେ ଲାଭବାନ ବୁଝାଉଛନ୍ତି । ଧାତୁ ଶିଳ୍ପ, ଦୁର୍ଲଭ ମୃତ୍ତିକା ଓ ଗୁରୁତ୍ୱପୂର୍ଣ୍ଣ ଖଣିଜ, କୋଇଲାରୁ ରସାୟନ ଉତ୍ପାଦନ, ବନ୍ଦରଭିତ୍ତିକ SEZ ଏବଂ ଶିଳ୍ପ ଭିତ୍ତିଭୂମି କ୍ଷେତ୍ରରେ ନିବେଶ ସମ୍ଭାବନା ଉପରେ ଆଲୋଚନା ହୋଇଛି । 

ଅଦାନୀ ଗ୍ରୁପ୍ ଓ IHC Group ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ। ୧୪ଟି ପ୍ରକଳ୍ପରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ପ୍ରକଳ୍ପ ଗୁଡ଼ିକରେ ପ୍ରାୟ ୨.୧୦୫ ଟ୍ରିଲିୟନ୍ ନିବେଶ ହେବାର ଆକଳନ କରାଯାଉଛି। ଓଡ଼ିଶା ଓ ୟୁଏଇ ମଧ୍ୟରେ ବାଣିଜ୍ୟ, ରପ୍ତାନି ଓ ବ୍ୟବସାୟିକ ସହଯୋଗ ବୃଦ୍ଧି ଉପରେ ଆଲୋଚନା ହୋଇଛି । ହଳଦୀ, ଅଦା, ସାମୁଦ୍ରିକ ଖାଦ୍ୟ, ଖାଦ୍ୟ ପ୍ରକ୍ରିୟାକରଣ ଓ ପ୍ରମୁଖ ୟୁଏଇ ବ୍ରାଣ୍ଡ ପାଇଁ କଣ୍ଟ୍ରାକ୍ଟ ମ୍ୟାନୁଫ୍ୟାକଚରିଂ କ୍ଷେତ୍ରରେ ସୁଯୋଗ ଉପରେ ଗୁରୁତ୍ୱ ଦିଆଯାଇଛି ।

What's Your Reaction?

like

dislike

love

funny

angry

sad

wow