କଟକ-ଭୁବନେଶ୍ୱର ପାଇଁ ତିଆରି ହେବ ୪ଟି ବିକଳ୍ପ ରାସ୍ତା
ଏଥର ଦୈ୍ୱତ ନଗରୀ ଟ୍ରାଫିକ୍ ସମସ୍ୟାରୁ ମିଳିବ ମୁକ୍ତି । ଟ୍ରାଫିକ୍ ଯନ୍ତ୍ରଣା ଏଡାଇବାକୁ ବଡ ପଦକ୍ଷେପ ନେଲା ରାଜ୍ୟ ସରକାର । କଟକ-ଭୁବନେଶ୍ୱର ପାଇଁ ତିଆରି ହେବ ୪ଟି ବିକଳ୍ପ ରାସ୍ତା । ଦୁଇ ସହରକୁ ଏକାଧିକ ମୁଖ୍ୟ ରାସ୍ତା ରହିଲେ କମିବ ଭିଡ । ରିଂ ରୋଡ଼ ମାଧ୍ୟମରେ ଯୋଡିହେବ ପୁରୀ, ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧା । ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
What's Your Reaction?