ଦିଲ୍ଲୀରେ ଆପ୍‌କୁ ବଡ଼ ଝଟକା: ହାରିଲେ କେଜ୍ରିୱାଲ ଓ ମନୀଷ ସିସୋଦିଆ

Feb 8, 2025 - 12:59
 0  3
ଦିଲ୍ଲୀରେ ଆପ୍‌କୁ ବଡ଼ ଝଟକା: ହାରିଲେ କେଜ୍ରିୱାଲ ଓ ମନୀଷ ସିସୋଦିଆ

ଦିଲ୍ଲୀରେ ହ୍ୟାଟ୍ରିକ ବିଜୟ ଲକ୍ଷ୍ୟ ରଖିଥିବା ଆପ୍‌କୁ ଲାଗିଛି ବଡ଼ ଝଟକା।  ନୂଆଦିଲ୍ଲୀ ଆସନରେ ପରାସ୍ତ ହୋଇଛନ୍ତି ଦଳର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ୨୦୧୩ରୁ ଏଠାରେ କେଜ୍ରିୱାଲ ଜିତି ଆସୁଥିବା ବେଳେ ତାଙ୍କୁ ପ୍ରଥମଥର ଚାଖିବାକୁ ପଡ଼ିଛି ପରାଜୟର ସ୍ୱାଦ।ଏହି ଆସନରୁ ବିଜୟ ହୋଇଛନ୍ତି ବିଜେପିର ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ପ୍ରଭେଶ ବର୍ମା । ସେ କେଜ୍ରିୱାଲଙ୍କୁ ୧୯୦୦ରୁ ଅଧିକ ଭୋଟରେ ହରାଇ  ହାସଲ କରିଛନ୍ତି ଐତିହାସିକ ବିଜୟ।  ସମ୍ଭବତଃ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ପ୍ରଭେଶ ବର୍ମା।ସେପଟେ ମନୀଷ ସିସୋଦିଆ ମଧ୍ୟ ଜଙ୍ଗପୁରା ଆସନରେ ହାରି ଯାଇଛନ୍ତି। ୨୦୧୩ରୁ ସେ ପତପରଗଞ୍ଜ ଆସନରୁ ନିର୍ବାଚନ ଲଢ଼ିବା ସହ ବିଜୟୀ ହୋଇ ଆସୁଥିଲେ। କିନ୍ତୁ ଏଥର ସେ ଜଙ୍ଗପୁରା ଆସନରୁ ଲଢ଼ିଥିଲେ ନିର୍ବାଚନ। ଏଠାରେ ସେ ଜିତିବାକୁ ଚେଷ୍ଟା କରିଥିଲେ ହେଁ ତାଙ୍କୁ ବିଜେପିର ତରବିନ୍ଦର ସିଂହ ମାରୱାଙ୍କ ଠାରୁ ହାରିବାକୁ ପଡ଼ିଛି। ଅନ୍ୟପକ୍ଷରେ ସିସୋଦିଆଙ୍କ ପାରମ୍ପରିକ ପତପରଗଞ୍ଜରେ ଶିକ୍ଷାବିତ ଅବଧ ଓଝାଙ୍କୁ ପ୍ରାର୍ଥୀ କରିଥିଲା ଆପ୍‌। ହେଲେ ସେ ମଧ୍ୟ ହୋଇଛନ୍ତି ପରାସ୍ତ।

What's Your Reaction?

like

dislike

love

funny

angry

sad

wow