ନୂଆଁଖାଇ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା, ହେଲେ ଦାଦନ ଖଟିବାକୁ ଯାଇଥିବା ଅନେକ ଲୋକଙ୍କ ଘରେ ଝୁଲୁଛି ତାଲା

Sep 10, 2026 - 11:26
 0  1
ନୂଆଁଖାଇ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା, ହେଲେ ଦାଦନ ଖଟିବାକୁ ଯାଇଥିବା ଅନେକ ଲୋକଙ୍କ ଘରେ ଝୁଲୁଛି ତାଲା

କେବଳ ଧନସୁଲି ପଞ୍ଚାୟତ ନୁହେଁ, ପୂରା ଜୟପାଟଣା ବ୍ଲକର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଛି ସମାନ ଚିତ୍ର। କିଛି ଭାଗ୍ୟବାନ ଶ୍ରମିକ ନୂଆଖାଇ ପାଇଁ ଟ୍ରେନ ଧରି ଗାଁକୁ ଫେରୁଥିବା ବେଳେ,

 ଅନ୍ୟପଟେ ଅଗ୍ରୀମ ଟଙ୍କା ଶୁଝି ନ ପାରି ମାଲିକର କଡ଼ା ପହରା ଭିତରେ ଫସି ରହିଛନ୍ତି ଶହ ଶହ ନିରୀହ ଶ୍ରମିକ।

 ଆଉ କେଇଟା ଦିନ ପରେ ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ। ଗାଁଠୁ ସହର ସବୁଠି ଏବେ ଉତ୍ସବର ମାହୋଲ, ଚଳଚଞ୍ଚଳ ପୂରପଲ୍ଲୀ। କଳାହାଣ୍ଡି ଜିଲ୍ଲାରେ ବି ନୂଆଖାଇ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ୟ୍ୟାୟରେ ପହଞ୍ଚିଥିବା ବେଳେ ଅନେକ ଗାଁରେ ଶୁଭୁନି ହସଖୁସିର କୋଳାହଳ। ଏବେ କେବଳ ଶୂନ୍ୟତା। ପେଟପାଟଣାର ଜ୍ୱାଳା ଓ ଋଣର ବୋଝ ମୁଣ୍ଡାଇ ବାହାର ରାଜ୍ୟରେ ବନ୍ଧା ପଡ଼ିଥିବା ହଜାର ହଜାର ଦାଦନ ଶ୍ରମିକ ଚାହିଁଲେ ବି ଫେରିପାରୁ ନାହାନ୍ତି ନିଜ ଭିଟାମାଟିକୁ। 

ନୂଆ ଧାନର ବାସ୍ନା ଆଉ ମାଟି ଘରର ଲିପାପୋଛା। ପଶ୍ଚିମ ଓଡ଼ିଶାର ପ୍ରତିଟି କୋଣ ଅନୁକୋଣରେ ଏବେଠୁ ଲାଗିଲାଣି ନୂଆଖାଇର ଧୂମ। ଘରର ବଡ଼ବଡୁଆଙ୍କୁ ପ୍ରଣାମ କରି ଏକାଠି ବସି ନବାନ୍ନ ଖାଇବାର ପରମ୍ପରା ବେଶ୍ ପୁରୁଣା। କିନ୍ତୁ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଧନସୁଲି ପଞ୍ଚାୟତର କେନ୍ଦୁଗୁଡ଼ା ଓ ପଣ୍ଡି ଗାଁ ଭଳି ଅନେକ ପଲ୍ଲୀର ବାସ୍ତବତା ହୃଦୟବିଦାରକ। ଗାଁର କିଛି ଘରେ ମହିଳାମାନେ ପର୍ବ ପାଇଁ ଘରଦ୍ୱାର ସଜାଉଥିବା ବେଳେ, ଅଧିକାଂଶ ଘର କବାଟରେ ଝୁଲୁଛି ବିରାଟ ତାଲା। ପେଟର ଭୋକ ଆଉ ସାହୁକାରର ଋଣ ଶୁଝିବା ପାଇଁ ପୂରା ପରିବାର ଏବେ ଆନ୍ଧ୍ର, ତେଲେଙ୍ଗାନା କିମ୍ବା ତାମିଲନାଡୁର ଇଟାଭାଟିରେ ଦାଦନ। 

 କେବଳ ଧନସୁଲି ପଞ୍ଚାୟତ ନୁହେଁ, ପୂରା ଜୟପାଟଣା ବ୍ଲକର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଛି ସମାନ ଚିତ୍ର। କିଛି ଭାଗ୍ୟବାନ ଶ୍ରମିକ ନୂଆଖାଇ ପାଇଁ ଟ୍ରେନ ଧରି ଗାଁକୁ ଫେରୁଥିବା ବେଳେ, ଅନ୍ୟପଟେ ଅଗ୍ରୀମ ଟଙ୍କା ଶୁଝି ନ ପାରି ମାଲିକର କଡ଼ା ପହରା ଭିତରେ ଫସି ରହିଛନ୍ତି ଶହ ଶହ ନିରୀହ ଶ୍ରମିକ।

 ସ୍ଥାନୀୟ ଅଞ୍ଚଳରେ ନିୟମିତ କାମଧନ୍ଦାର ଅଭାବ ଏବଂ ଅଭାବୀ ଅବସ୍ଥାର ସୁଯୋଗ ନେଇ ଦଲାଲମାନେ ଗରିବ ଲୋକଙ୍କୁ ମୋଟା ଅଙ୍କର ଅଗ୍ରୀମ ଟଙ୍କା ଦେଇ ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି। ଥରେ ସେଠାକୁ ଗଲେ ଅଗ୍ରୀମ ଟଙ୍କା ପରିଶୋଧ ନହେବା କିମ୍ବା ମାଲିକ କାମ ଅସୁଲ ନ କରିବା ଯାଏଁ ଛୁଟି ମିଳିବା ଅସମ୍ଭବ। ପର୍ବ ଆସିଲେ ନିଜ ଭିଟାମାଟି, ଗାଁ ଦାଣ୍ଡ ଆଉ ବନ୍ଧୁବାନ୍ଧବଙ୍କ କଥା ମନେପଡ଼ି ମନ କାନ୍ଦେ ସତ, କିନ୍ତୁ କଠୋର ବାସ୍ତବତା ଆଗରେ ସେମାନେ ଅସହାୟ। ପ୍ରଶାସନ ପକ୍ଷରୁ ସଚେତନତା ଓ କର୍ମନିଯୁକ୍ତି ଯୋଜନାର ଡିଣ୍ଡିମ ପିଟାଯାଉଥିଲେ ମଧ୍ୟ ପ୍ରତିବର୍ଷ ନୂଆଖାଇ ଭଳି ବଡ଼ ପର୍ବରେ ଦାଦନର ଏହି ଦୁଃଖଦ ଚିତ୍ର ବ୍ୟଥିତ କରୁଛି।  

What's Your Reaction?

like

dislike

love

funny

angry

sad

wow