କମୁନି ସୁବର୍ଣ୍ଣରେଖା ନଦୀ କୂଳ ବାସିଙ୍କ ଦୁର୍ଦଶା, ବର୍ଷା ଛାଡିଲା ପରେ ବି ଅବସ୍ଥା ବେହାଲ

Sep 9, 2026 - 13:06
 0  1
କମୁନି ସୁବର୍ଣ୍ଣରେଖା ନଦୀ କୂଳ ବାସିଙ୍କ ଦୁର୍ଦଶା, ବର୍ଷା ଛାଡିଲା ପରେ ବି ଅବସ୍ଥା ବେହାଲ

ଜନଜୀବନ ଏବେ ନିଜ ପୂର୍ବାବସ୍ଥାକୁ ଧିରେ ଧିରେ ଫେରିଲାଣି ହେଲେ ଏବେ ମଧ୍ୟ ଅନେକ ଗ୍ରାମବାସୀଙ୍କ ଦୁର୍ଦ୍ଦଶା କମିବାରେ ନାଁ ଧରୁନି । ବାଲେଶ୍ୱର ଜିଲ୍ଲାର ବସ୍ତା ବ୍ଲକର କାଦରାୟାଁ ଗ୍ରାମ ପଞ୍ଚାୟତ ନିକଟରେ ଥିବା ସୁବର୍ଣ୍ଣରେଖା ନଦୀବନ୍ଧ ଧସିପଡିଥିବା ଦେଖିବାକୁ ମିଳିଛି । 

ବର୍ଷା ଛାଡି ଏବେ ଉଦୁଉଦିଆ ଖରା ହେଲାଣି । ଜନଜୀବନ ଏବେ ନିଜ ପୂର୍ବାବସ୍ଥାକୁ ଧିରେ ଧିରେ ଫେରିଲାଣି ହେଲେ ଏବେ ମଧ୍ୟ ଅନେକ ଗ୍ରାମବାସୀଙ୍କ ଦୁର୍ଦ୍ଦଶା କମିବାରେ ନାଁ ଧରୁନି । ବାଲେଶ୍ୱର ଜିଲ୍ଲାର ବସ୍ତା ବ୍ଲକର କାଦରାୟାଁ ଗ୍ରାମ ପଞ୍ଚାୟତ ନିକଟରେ ଥିବା ସୁବର୍ଣ୍ଣରେଖା ନଦୀବନ୍ଧ ଧସିପଡିଥିବା ଦେଖିବାକୁ ମିଳିଛି । ପ୍ରାୟ ୩୦୦ ଫୁଟରୁ ଅଧିକ ଲମ୍ବର ବନ୍ଧ ଭୁସୁଡି ମାଟିରେ ମିଶିଯାଇଥିବାର ସୂଚନା ମିଳିଛି । ବନ୍ୟା ସମୟରେ ରାସ୍ତା ତଳୁ ମାଟି ଧୋଇ ହୋଇ ଯାଇଥିବା ଯୋଗୁଁ ଏହି ନଦୀବନ୍ଧ ଭୁଷୁଡ଼ି ପଡ଼ିଥିବା କୁହାଯାଉଛି ।

ଏହି ନଦୀବନ୍ଧ ମୁଖ୍ୟତଃ ୫ ଟି ପଞ୍ଚାୟତର ଲୋକଙ୍କ ଯାତାୟତର ଏକ ମାତ୍ର ସାଧନ ଥିବା ବେଳେ ଏବେ ଶହ ଶହ ଲେକଙ୍କ ଜୀବନ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି । ଯାତାୟତ ବାଧାପ୍ରାପ୍ତ ହେବା ସହ ପିଲାଙ୍କ ପାଠ ପଢା ତଥା ଲୋକଙ୍କ ଜୀବନ ଜୀବିକା ଠପ୍ ହେଇଯାଇଛି । ତବେ ବର୍ତ୍ତମାନ ଆଉ କେତେ ଦିନ ଏଭଳି ପରିସ୍ଥିତିରେ ଗ୍ରାମବାସୀଙ୍କୁ ବଞ୍ଚିବାକୁ ହେବ ଏବଂ କେତେ ଶୀଘ୍ର ଏହାର ମରାମତି କାର୍ଯ୍ୟ ଆରମ୍ଭ ହେବ ତାହା ଦେଖିବା ବାକିରହିଲା । 

What's Your Reaction?

like

dislike

love

funny

angry

sad

wow