ବିଭିନ୍ନ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେପି
ବିଭିନ୍ନ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେପି । କଟକ ଜିଲ୍ଲା ବିଜେପି ସଭାପତି ହେଲେ ସୁକାନ୍ତ ବିଶ୍ୱାଳ । ଦେବେନ୍ଦ୍ର ନାଥ ତରାଇ ହେଲେ ପୁରୀ ଜିଲ୍ଲା ବିଜେପି ସଭାପତି । ସେହିପରି ରାହାସ ବିହାରୀ ବେହେରା ଢେଙ୍କାନାଳ ଜିଲ୍ଲା ବିଜେପି ସଭାପତି ହୋଇଥିବାବେଳେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ହୋଇଛନ୍ତି ସରୋଜ ସାବତ । ଶ୍ରୀବତ୍ସ ବେହେରା ହେଲେ ବଲାଙ୍ଗିର ଜିଲ୍ଲା ସଭାପତି ।ବିଭିନ୍ନ ଜିଲ୍ଲାରେ ଦଳୀୟ କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଘୋଷଣା କରୁଛି ଦଳ । ତେବେ ଗୋଟିଏ ପର୍ଯ୍ୟାୟରେ ସବୁ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇପାରୁନଥିବାରୁ ଦୁଇଟି ପର୍ଯ୍ୟାୟରେ ହୋଇପାରେ ନାଁ ଘୋଷଣା ।
What's Your Reaction?