ବୈବାହିକ ଦୁଷ୍କର୍ମ ଅପରାଧ ନୁହେଁ

Oct 4, 2024 - 12:05
 0  3
ବୈବାହିକ ଦୁଷ୍କର୍ମ ଅପରାଧ ନୁହେଁ

ବୈବାହିକ ଦୁଷ୍କର୍ମ ଅପରାଧ ନୁହେଁ । ଏପରି ନିଷ୍ପତ୍ତି ବୈବାହିକ ଜୀବନ ଉପରେ ପକାଇପାରେ ଗୁରୁତର ପ୍ରଭାବ। ବୈବାହିକ ଦୁଷ୍କର୍ମକୁ ଅପରାଧ କରିବାକୁ ଚାହୁଁଥିବା ଅନେକ ଆବେଦନକୁ ବିରୋଧ କରି ସର୍ବୋଚ୍ଚଅଦାଲତରେ ଏପରି ସତ୍ଯପାଠ ଦାଖଲ କରିଛନ୍ତି କେନ୍ଦ୍ର ସରକାର। ସରକାର କହିଛନ୍ତି ଯେ.  ଦେଶରେ ସାମାଜିକ ତଥା ଆଇନଗତ ପ୍ରଭାବ ପକାଇବ ବୈବାହିକ ଦୁଷ୍କର୍ମ ସହ ଜଡିତ ମାମଲା। କେବଳ ଆଇନଗତ ଦୃଷ୍ଟିକୋଣରୁ ଏହି ପ୍ରସଙ୍ଗକୁ ଦେଖିବା ପରିବର୍ତ୍ତେ ଏକ ବ୍ୟାପକ ଆଭିମୁଖ୍ୟର ରହିଛି ଆବଶ୍ୟକତା।ଏହା କେବଳ ସାମ୍ବିଧାନିକ ନୁହେଁ ସାମାଜିକ ମଧ୍ଯ। ଯଦି ଜଣେ ସ୍ୱାମୀ ନିଜ ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରଖନ୍ତି ଏବଂ ତାଙ୍କୁ ଦୁଷ୍କର୍ମ ମାମଲା ଭଳି ଦଣ୍ଡିତ କରାଯାଏ, ତେବେ ଏହା ବୈବାହିକ ଜୀବନ ଉପରେ  ପକାଇପାରେ ଗୁରୁତର ପ୍ରଭାବ।ସ୍ତ୍ରୀ ନାବାଳିକା ହୋଇନଥିଲେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବାରୁ ସ୍ବାମୀଙ୍କୁ ଦଣ୍ଡ ଦିଆଯିବ କି ନାହିଁ ସେନେଇ ନିଷ୍ପତ୍ତି ନେବେ ସର୍ବୋଚ୍ଚ ଅଦାଲତ।ଏଥିସହିତ କେନ୍ଦ୍ରର କହିବା କଥା ଯେ ,ବୈବାହିକ ଦୁଷ୍କର୍ମ ଏମିତି ଏକ ପ୍ରସଙ୍ଗ ଯାହା ଉପରେ ନିଷ୍ପତ୍ତି ସମସ୍ତ ଅଂଶିଦାର କିମ୍ବା ସବୁ ରାଜ୍ୟର ସରକାରଙ୍କ ମତାମତ ବିନା ନିଆଯାଇ ପାରିବ ନାହିଁ ।

What's Your Reaction?

like

dislike

love

funny

angry

sad

wow