ବ୍ରିଟେନ୍ ଫେରିଲେ ହ୍ୟାରି-ମେଘାନ, ରାଜା ଚାର୍ଲ୍ସଙ୍କ ଚିଠିରେ ବଡ଼ ଖୁଲାସା
ବ୍ରିଟେନର ରାଜପରିବାରକୁ ନେଇ ବଡ଼ ଖବର । ଦୀର୍ଘ ସମୟ ପରେ ପ୍ରିନ୍ସ ହ୍ୟାରି ଏବଂ ମେଘାନ ମାର୍କେଲ ବ୍ରିଟେନକୁ ଫେରିଥିବା ବେଳେ, ସେମାନଙ୍କ ରାଜକୀୟ ସ୍ଥିତିକୁ ନେଇ ଆସିଛି ନୂଆ ସ୍ପଷ୍ଟତା ।
ବ୍ରିଟେନର ରାଜପରିବାରକୁ ନେଇ ବଡ଼ ଖବର । ଦୀର୍ଘ ସମୟ ପରେ ପ୍ରିନ୍ସ ହ୍ୟାରି ଏବଂ ମେଘାନ ମାର୍କେଲ ବ୍ରିଟେନକୁ ଫେରିଥିବା ବେଳେ, ସେମାନଙ୍କ ରାଜକୀୟ ସ୍ଥିତିକୁ ନେଇ ଆସିଛି ନୂଆ ସ୍ପଷ୍ଟତା । ରିପୋର୍ଟ ଅନୁସାରେ, ରାଜା ଚାର୍ଲ୍ସ ତୃତୀୟଙ୍କ ପକ୍ଷରୁ ଜାରି ଏକ ଚିଠିରେ କୁହାଯାଇଛି ଯେ ହ୍ୟାରି ଏବଂ ମେଘାନ ଆଉ ରାଜପରିବାରର କାର୍ଯ୍ୟରତ ସଦସ୍ୟ ନୁହଁନ୍ତି ।
ତେବେ ଏହାର ଅର୍ଥ କ’ଣ? ଆଉ କାହିଁକି ଏବେ ଏହି ଚିଠି ଜାରି ହେଲା?
ପ୍ରକୃତରେ ୨୦୨୦ ମସିହାରେ ହ୍ୟାରି ଓ ମେଘାନ ରାଜକୀୟ ଦାୟିତ୍ୱରୁ ଓହରି ଯାଇ ବ୍ରିଟେନ ଛାଡ଼ିଥିଲେ । ଏହାପରେ ସେମାନେ ଆମେରିକାରେ ରହୁଥିଲେ ଏବଂ ରାଜପରିବାର ପକ୍ଷରୁ ସରକାରୀ ଦାୟିତ୍ୱ ପାଳନ କରୁନଥିଲେ । ଏବେ ଦୁଇ ପିଲାଙ୍କ ସହ ସେମାନେ ବ୍ରିଟେନ ଫେରିଥିବା ବେଳେ, ରାଜପରିବାର ମଧ୍ୟରେ ସେମାନଙ୍କ ଭୂମିକାକୁ ନେଇ ଯେପରି କୌଣସି ଦ୍ୱନ୍ଦ୍ୱ ନରହେ, ସେଥିପାଇଁ ଏହି ଚିଠି ଜାରି ହୋଇଥିବା କୁହାଯାଉଛି ।
ରାଜପରିବାରର ବରିଷ୍ଠ ଅଧିକାରୀ ଲର୍ଡ ଚାମ୍ବରଲେନଙ୍କ ପକ୍ଷରୁ ଜାରି ଚିଠିରେ ସ୍ପଷ୍ଟ କରାଯାଇଛି ଯେ ହ୍ୟାରି ଓ ମେଘାନ ଏବେ ରାଜା କିମ୍ବା ରାଣୀଙ୍କ ପକ୍ଷରୁ ସରକାରୀ ରାଜକୀୟ କର୍ତ୍ତବ୍ୟ ପାଳନ କରିବେ ନାହିଁ । ଏହି କାରଣରୁ ସେମାନେ କାର୍ଯ୍ୟରତ ରାଜପରିବାର ସଦସ୍ୟଙ୍କୁ ମିଳୁଥିବା ପ୍ରଶାସନିକ ସହାୟତା ମଧ୍ୟ ପାଇବେ ନାହିଁ । ଏହା ସହିତ ହ୍ୟାରି ଓ ମେଘାନଙ୍କୁ ‘ରୟାଲ୍ ହାଇନେସ୍’ ଭାବେ ସମ୍ବୋଧନ କରାଯିବ ନାହିଁ । ତେବେ ସେମାନେ ଏବେ ମଧ୍ୟ ଡ୍ୟୁକ୍ ଏବଂ ଡଚେସ୍ ଅଫ୍ ସସେକ୍ସ ଭାବେ ପରିଚିତ ।
ଅନ୍ୟପଟେ, ଚିଠିରେ ସେମାନଙ୍କ ବ୍ୟକ୍ତିଗତ ଆର୍ଥିକ ସ୍ୱାଧୀନତା ଏବଂ ଗୋପନୀୟତାକୁ ସମ୍ମାନ ଦିଆଯିବ ବୋଲି ମଧ୍ୟ କୁହାଯାଇଛି । ୨୦୨୦ରେ ରାଜକୀୟ ଦାୟିତ୍ୱରୁ ଓହରିବା ପରେ ହ୍ୟାରି ଓ ମେଘାନଙ୍କ କିଛି ରାଜକୀୟ ସୁବିଧା ମଧ୍ୟ ଶେଷ ହୋଇଥିଲା ।
What's Your Reaction?