୨୫ ବର୍ଷ ପରେ ଖୋଲିଲା ୯/୧୧ର ରହସ୍ୟ! ସାମ୍ନାକୁ ଆସିଲା ନୂଆ ପ୍ରମାଣ
ଆତଙ୍କବାଦୀ ସଂଗଠନ ଅଲ୍-କାଏଦା ଏବଂ ସାଉଦି ଆରବର କିଛି ଅଧିକାରୀଙ୍କ ମଧ୍ୟରେ ଲିଙ୍କ୍ ଥିବା ନେଇ ନୂଆ ପ୍ରମାଣ ସାମ୍ନାକୁ ଆସିଛି ।
୨୦୦୧ ମସିହାରେ ଆମେରିକାରେ ହୋଇଥିଲା ଭୟଙ୍କର ୯/୧୧ ଆତଙ୍କବାଦୀ ଆକ୍ରମଣ। ଆକ୍ରମଣର ୨୫ ବର୍ଷ ପରେ ବି ଏହାକୁ ନେଇ ଅନେକ ପ୍ରଶ୍ନ ରହିଛି ।
ଆତଙ୍କବାଦୀ ସଂଗଠନ ଅଲ୍-କାଏଦା ଏବଂ ସାଉଦି ଆରବର କିଛି ଅଧିକାରୀଙ୍କ ମଧ୍ୟରେ ଲିଙ୍କ୍ ଥିବା ନେଇ ନୂଆ ପ୍ରମାଣ ସାମ୍ନାକୁ ଆସିଛି । ୨୦୦୧ ମସିହାରେ ଆମେରିକାରେ ହୋଇଥିଲା ଭୟଙ୍କର ୯/୧୧ ଆତଙ୍କବାଦୀ ଆକ୍ରମଣ । ଆକ୍ରମଣର ୨୫ ବର୍ଷ ପରେ ବି ଏହାକୁ ନେଇ ଅନେକ ପ୍ରଶ୍ନ ରହିଛି । ଏବେ ବିବିସିର ଏକ ରିପୋର୍ଟ ଏହି ପୁରୁଣା ମାମଲାକୁ ପୁଣି ଚର୍ଚ୍ଚାକୁ ଆଣିଛି।
କ’ଣ ରହିଛି ଏହି ନୂଆ ପ୍ରମାଣରେ?
ମାମଲାର କେନ୍ଦ୍ରରେ ଅଛନ୍ତି ଓମାର ଅଲ୍-ବାୟୁମି। ଆମେରିକାରେ ରହୁଥିବା ସମୟରେ ସେ ନିଜକୁ ଜଣେ ଛାତ୍ର ବୋଲି କହୁଥିଲେ। କିନ୍ତୁ ଏବେ ସାମ୍ନାକୁ ଆସିଥିବା ପୁରୁଣା ଭିଡିଓ ତାଙ୍କ ସମ୍ପର୍କକୁ ନେଇ ଅନେକ ପ୍ରଶ୍ନ ଉଠାଇଛି। ଗୋଟିଏ ଭିଡିଓରେ ବାୟୁମିଙ୍କୁ ଅନୱର ଅଲ୍-ଆୱଲାକିଙ୍କ ସହ ଦେଖିବାକୁ ମିଳୁଛି। ଆୱଲାକି ପରବର୍ତ୍ତୀ ସମୟରେ ଆରବୀୟ ଉପଦ୍ୱୀପର ଅଲ୍-କାଏଦାର ଜଣେ ପ୍ରମୁଖ ନେତା ହୋଇଥିଲେ। କେବଳ ଏତିକି ନୁହେଁ, ଆଉ ଏକ ଭିଡିଓରେ ବାୟୁମି ଓ ଆୱଲାକିଙ୍କୁ ସାନ୍ ଡିଏଗୋ ନିକଟରେ ପେଣ୍ଟବଲ୍ ଖେଳୁଥିବାର ଦେଖାଯାଇଛି । ସେମାନଙ୍କ ସହ ଜଣେ ସାଉଦି ସରକାରୀ ଅଧିକାରୀ ମଧ୍ୟ ଥିବା ରିପୋର୍ଟରେ କୁହାଯାଇଛି ।
ତେବେ ପ୍ରଶ୍ନ ଉଠୁଛି— ଏହି ଭିଡିଓଗୁଡ଼ିକ ଏତେ ବର୍ଷ ଧରି ସାର୍ବଜନୀନ ହୋଇନଥିଲା କାହିଁକି?
ସବୁଠାରୁ ବଡ଼ କଥା ହେଉଛି, ୯/୧୧ ଆକ୍ରମଣର କିଛି ଦିନ ପରେ ହିଁ ଏହି ଭିଡିଓ ଏବଂ ଅନ୍ୟାନ୍ୟ ପ୍ରମାଣ ଏଫବିଆଇର ହାତରେ ପହଞ୍ଚିଥିଲା। ବାୟୁମିଙ୍କ ଲଗେଜରୁ ଏକ ବିମାନର ଚିତ୍ର ଏବଂ ବିମାନ ଅବତରଣ ସହ ଜଡ଼ିତ ଏକ ଗାଣିତିକ ସମୀକରଣ ମିଳିଥିବା ମଧ୍ୟ ରିପୋର୍ଟରେ ଦାବି କରାଯାଇଛି।
ତଥାପି, ଏତେ ସବୁ ପ୍ରମାଣ ମିଳିବା ସତ୍ତ୍ୱେ ବାୟୁମିଙ୍କ ବିରୋଧରେ ଏଫବିଆଇ କେବେ ମାମଲା ରୁଜୁ କରିନଥିବା ନେଇ ଏବେ ପ୍ରଶ୍ନ ଉଠିଛି। ଏହି ମାମଲା ଏବେ ୯/୧୧ ପୀଡ଼ିତଙ୍କ ପରିବାର ପକ୍ଷରୁ ସାଉଦି ଆରବ ବିରୋଧରେ ଚାଲିଥିବା ପ୍ରାୟ ୧ ଟ୍ରିଲିୟନ୍ ଡଲାରର ମାମଲା ସହ ଜଡ଼ିତ।
What's Your Reaction?