ଯାତ୍ରା ମଞ୍ଚରେ ଜିଅନ୍ତା ଘୁଷୁରିକୁ ଝୁଣି ଖାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ

ଯାତ୍ରା ମଞ୍ଚରେ ନାଟକ ପରିବେଷଣ ବେଳେ ଜିଅନ୍ତା ଘୁଷୁରିକୁ ଝୁଣି ଖାଇଲେ କଳାକାର ।ଅସୁର ଭୂମିକାରେ ଅଭିନୟ କରୁଥିଲେ ସତ, କିନ୍ତୁ ସତକୁ ସତ ପାଲଟି ଯାଇଥିଲେ ଅସୁର । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ୍ ରାଳବ ଗାଁରେ ଘଟିଛି ଏଭଳି ଘଟଣା,ଗତ ୨୪ ତାରିଖର ଏହି ଭିଡିଓ ସାମାଜିକ ଗଣମାଧ୍ଯମରେ ହେଉଛି ବେଶ୍ ଭାଇରାଲ୍ ।ଦିନକ ପୂର୍ବରୁ ମଞ୍ଚରେ ସାପ ଖେଳାଇବା ଭଳି ଘଟଣା ମଧ୍ଯ ହୋଇଥିଲା ଦୃଶ୍ୟମାନ।ଏହାକୁ ନେଇ ପିସିସିଏଫ ୱାଇଲଡ୍ ଲାଇଫକୁ ଏକ ଟୁଇଟ୍ କରି ଅଭିଯୋଗ କରିଥିଲେ ପଶୁପ୍ରେମୀ ।ଉକ୍ତ ଘଟଣାରେ ଆଜି ପୁରୁଷୋତ୍ତମପୁର ଅଞ୍ଚଳର ଯାତ୍ରା କଳାକାର ବିମ୍ବାଧର ଗୌଡଙ୍କୁ ଗିରଫ କରିଛି ପୋଲିସ।ଏହାସହ ଆଉ କିଛି ବ୍ୟକ୍ତିଙ୍କୁ ରଖାଯାଇଛି ଅଟକ । ଘଟଣାର ଅଧିକ ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ହିଞ୍ଜିଳି ଥାନାଧିକାରୀ ।
What's Your Reaction?






