ରାଜ୍ୟରେ ଗଠନ ହେବ 'ଟ୍ରାଇ ସିଟି

ରାଜ୍ୟରେ ଗଠନ ହେବ 'ଟ୍ରାଇ ସିଟି'। ପୁରୀ, କଟକ ଓ ଭୁବନେଶ୍ୱରକୁ ନେଇ ଟ୍ରାଇ ସିଟି ଗଠନ କରିବେ ସରକାର। ସେହିଭଳି ସହରାଞ୍ଚଳରେ ଟ୍ରାଫିକ ସମସ୍ୟା ଦୂର ପାଇଁ ନିର୍ମାଣ ହେବ ଅଧିକ ନୂଆ ରିଂ ରୋଡ୍ ଏବଂ ଓଭର ବ୍ରିଜ। ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଅନ୍ୟପଟେ ସହର ବଢେଇବେ ସରକାର। ଟାଉନ ପ୍ଲାନିଂ ସ୍କିମ ଜରିଆରେ ସହରକୁ ବଢାଇବା ପାଇଁ ହୋଇଛି ନିଷ୍ପତ୍ତି। ଟିପି ସ୍କିମ ପାଇଁ ସ୍ୱତନ୍ତ୍ର ବିଭାଗ କରି ଦିଆଯିବ ଦାୟିତ୍ୱ। । ସେହିପରି ଯୋଜନା ପାଇଁ ସ୍ୱତନ୍ତ୍ର କାର୍ଯ୍ୟାଳୟ ମଧ୍ୟ ଖୋଲାଯିବ ବୋଲି କହିଛନ୍ତି ମନ୍ତ୍ରୀ।
What's Your Reaction?






