ବିସିସିଆଇର ନୂଆ ସମ୍ପାଦକ ଦେବଜିତ ସାଇକିଆ

ବିସିସିଆଇର ନୂଆ ସମ୍ପାଦକ ଦେବଜିତ ସାଇକିଆ

ପୂର୍ବତନ ଓ୍ୱିକେଟ୍‌ କିପର୍‌ ବ୍ୟାଟସ୍‌ମ୍ୟାନ୍‌ ଦେବଜିତ ସାଇକିଆ ହେଲେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ତଥା ବିସିସିଆଇର ନୂଆ ସମ୍ପାଦକ। ତାଙ୍କୁ କାର୍ଯ୍ୟକାରୀ ସମ୍ପାଦକ ଭାବରେ ନିଯୁକ୍ତ କରିଛନ୍ତି ବିସିସିଆଇ ସଭାପତି ରୋଜର ବିନ୍ନି। ଆଇସିସି ଅଧ୍ୟକ୍ଷ ଜୟ ଶାହଙ୍କ ସ୍ଥାନରେ ଏହି ପଦ ଗ୍ରହଣ କରିବେ ସାଇକିଆ। ଏହି ପଦ ପାଇଁ ସେ ଥିଲେ ଏକମାତ୍ର ପ୍ରାର୍ଥୀ।ଜୟ ଶାହ ଆଇସିସି ଅଧ୍ୟକ୍ଷ ହେବା ପରେ ସାଇକିଆ ମଧ୍ୟବର୍ତ୍ତୀକାଳୀନ ସମ୍ପାଦକ ଭାବରେ କାର୍ଯ୍ୟ କରୁଥିଲେ। ବିସିସିଆଇର ସମ୍ବିଧାନ ଅନୁଯାୟୀ କୌଣସି ଖାଲି ପଦବୀକୁ ୪୫ ଦିନ ମଧ୍ୟରେ ଏକ ସାଧାରଣ ସଭା ଡକାଇ ପୂରଣ କରିବାକୁ ପଡିବ। ୧ ଡିସେମ୍ବର ୨୦୨୪ରେ ଆଇସିସି ଅଧ୍ୟକ୍ଷ ରୂପେ ଦାୟିତ୍ୱ ଗ୍ରହଣ କରିଥିଲେ ଜୟ ଶାହା। ଏହାପର ଠାରୁ ଖାଲି ଥିଲା ଏହି ପଦବୀ।