ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ପରେ ୫୦୦ରୁ ଅଧିକ ଅନୁପ୍ରବେଶକାରୀଙ୍କୁ ଗିରଫ କରିଛି ଆମେରିକା
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ପରେ ୫୦୦ରୁ ଅଧିକ ଅନୁପ୍ରବେଶକାରୀଙ୍କୁ ଗିରଫ କରିଛି ଆମେରିକା। ହ୍ୱାଇଟ୍ ହାଉସ୍ ସୂଚନା ଅନୁଯାୟୀ, ୫୩୮ ଜଣ ଅନୁପ୍ରବେଶକାରୀଙ୍କୁ ଧରିଛି ଆମେରିକୀୟ ସେନା । ଶହ ଶହ ଲୋକଙ୍କୁ ସାମରିକ ବିମାନରେ ଫେରାଇ ଦିଆଯାଇଛି।ଏହା ବ୍ୟତୀତ ୩୭୩ ଜଣ କଏଦୀଙ୍କୁ ମଧ୍ୟ ନିଆଯାଇଛି ହେପାଜତକୁ। ରାଷ୍ଟ୍ରପତି ହେବା ମାତ୍ରେ ସୀମାରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ ଡୋନାଲ୍ଡ ଟ୍ରମ୍ପ। ଏହା ପରେ, ସୀମାରେ ଅନୁପ୍ରବେଶକୁ ରୋକିବା ପାଇଁ ଅଧିକ ସତର୍କ ହୋଇଯାଇଛି ଆମେରିକୀୟ ସେନା। ଏହି ସମୟରେ ମେକ୍ସିକୋ ସୀମାକୁ ୧୫୦୦ ଅତିରିକ୍ତ ସୁରକ୍ଷା କର୍ମୀ ପଠାଇଛି ପେଣ୍ଟାଗନ। ଏବେ ଆମେରିକାରେ ଅନୁପ୍ରବେଶକାରୀଙ୍କ ପ୍ରତି କୌଣସି ଦୟା ରହିବ ନାହିଁ ରୋକଠୋକ୍ କହିଛି ଟ୍ରମ୍ପ ପ୍ରଶାସନ। ଏହା ସହ ଲକ୍ଷ ଲକ୍ଷ ଅବୈଧ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ଦେଶକୁ ଫେରାଇବାକୁ ଚାଲିଛି ପ୍ରସ୍ତୁତି। ଏଥିରେ ହଜାର ହଜାର ଭାରତୀୟ ମଧ୍ୟ ଅଛନ୍ତି ସାମିଲ।
What's Your Reaction?