ରାୟଗଡ଼ାରୁ ଆସିଛି ଏକ ଦୁଃଖଦ ଘଟଣା , ଟ୍ରେନ୍ ଧକ୍କାରେ ଚାଲିଗଲା ଏକ ଦନ୍ତା ହାତୀର ଜୀବନ।

Sep 10, 2026 - 11:47
 0  1
ରାୟଗଡ଼ାରୁ ଆସିଛି ଏକ ଦୁଃଖଦ ଘଟଣା , ଟ୍ରେନ୍ ଧକ୍କାରେ ଚାଲିଗଲା ଏକ ଦନ୍ତା ହାତୀର ଜୀବନ।

ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ରେଞ୍ଜ ଅନ୍ତର୍ଗତ ବୃନ୍ଦାବାଡ଼ି ନିକଟରେ ଘଟିଛି ଏହି ଦୁର୍ଘଟଣା । ଗତକାଲି ରାତିରେ ଚାଟିକଣା-ଥେରୁବାଲି ଷ୍ଟେସନ୍ ମଧ୍ୟବର୍ତ୍ତୀ ବୃନ୍ଦାବାଡ଼ି ନିକଟ ରେଳଧାରଣା ପାର ହେଉଥିବା ବେଳେ ଦନ୍ତା ହାତୀଟି ଟ୍ରେନ୍ ଧକ୍କାର ଶିକାର ହୋଇଥିଲା ।

ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ରେଞ୍ଜ ଅନ୍ତର୍ଗତ ବୃନ୍ଦାବାଡ଼ି ନିକଟରେ ଘଟିଛି ଏହି ଦୁର୍ଘଟଣା । ଗତକାଲି ରାତିରେ ଚାଟିକଣା-ଥେରୁବାଲି ଷ୍ଟେସନ୍ ମଧ୍ୟବର୍ତ୍ତୀ ବୃନ୍ଦାବାଡ଼ି ନିକଟ ରେଳଧାରଣା ପାର ହେଉଥିବା ବେଳେ ଦନ୍ତା ହାତୀଟି ଟ୍ରେନ୍ ଧକ୍କାର ଶିକାର ହୋଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ଦନ୍ତା ହାତୀର ମୃତ୍ୟୁ ଘଟିଛି । 

ଘଟଣା ସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଛି ବନ ବିଭାଗର ଟିମ୍ । ହାତୀର ମୃତ୍ୟୁ କିଭଳି ଓ କେଉଁ ପରିସ୍ଥିତିରେ ଘଟିଲା, ସେନେଇ ତଦନ୍ତ ଆରମ୍ଭ କରିଛି ବନ ବିଭାଗ । ତେବେ ରେଳଧାରଣା ପାର ହେଉଥିବା ସମୟରେ ଦନ୍ତା ହାତୀଟି ଟ୍ରେନ୍ ଧକ୍କାରେ ପ୍ରାଣ ହରାଇଥିବା ଜଣାପଡ଼ିଛି । ଘଟଣାକୁ ନେଇ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।

ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ରେଞ୍ଜ ଅନ୍ତର୍ଗତ ବୃନ୍ଦାବାଡ଼ି ନିକଟରେ ଘଟିଛି ଏକ ଦୁଃଖଦ ଘଟଣା । ଟ୍ରେନ୍ ଧକ୍କାରେ ପ୍ରାଣ ହରାଇଛି ଏକ ଦନ୍ତା ହାତୀ । ଗତକାଲି ରାତିରେ ଚାଟିକଣା-ଥେରୁବାଲି ଷ୍ଟେସନ୍ ମଧ୍ୟବର୍ତ୍ତୀ ବୃନ୍ଦାବାଡ଼ି ନିକଟରେ ରେଳଧାରଣା ପାର ହେଉଥିବା ସମୟରେ ଦନ୍ତାଟି ଟ୍ରେନ୍ ଧକ୍କାର ଶିକାର ହୋଇଥିଲା ।ଧକ୍କା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ଦନ୍ତା ହାତୀର ମୃତ୍ୟୁ ଘଟିଛି । ଘଟଣା ପରେ ଅଞ୍ଚଳରେ ଚିନ୍ତା ଓ ଦୁଃଖର ଛାୟା ଖେଳିଯାଇଛି । ରେଳଧାରଣା ଦେଇ ହାତୀଟି କାହିଁକି ଆସିଥିଲା ଏବଂ ଦୁର୍ଘଟଣା ସମୟରେ ଟ୍ରେନର ବେଗ କେତେ ଥିଲା, ସେନେଇ ମଧ୍ୟ ତଦନ୍ତ କରାଯାଉଛି ।

ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଛି ବନ ବିଭାଗର ଟିମ୍ । ହାତୀର ମୃତ୍ୟୁ କିଭଳି ଓ କେଉଁ ପରିସ୍ଥିତିରେ ଘଟିଲା, ତାହାର ଛାନଭିନ୍ ଆରମ୍ଭ କରିଛି ବନ ବିଭାଗ । ଘଟଣାସ୍ଥଳ ଯାଞ୍ଚ ସହ ହାତୀର ମୃତଦେହ ସମ୍ପର୍କରେ ଆବଶ୍ୟକ ପ୍ରକ୍ରିୟା ମଧ୍ୟ ଆରମ୍ଭ କରାଯାଇଛି ।ତେବେ ରେଳଧାରଣା ପାର ହେଉଥିବା ବେଳେ ଟ୍ରେନ୍ ଧକ୍କାରେ ଦନ୍ତା ହାତୀଟି ପ୍ରାଣ ହରାଇଥିବା ପ୍ରାଥମିକ ଭାବେ ଜଣାପଡ଼ିଛି । ରେଳପଥ ନିକଟରେ ହାତୀ ଚଳପ୍ରଚଳକୁ ନେଇ ପୂର୍ବରୁ ମଧ୍ୟ ସତର୍କତାର ଆବଶ୍ୟକତା ରହିଥିବା ବେଳେ, ଏଭଳି ଘଟଣା ପୁଣିଥରେ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛି ।

ଘଟଣା ପରେ ରେଳ ବିଭାଗ ଓ ବନ ବିଭାଗ ମଧ୍ୟରେ ସମନ୍ୱୟ ଏବଂ ହାତୀ ଚଳପ୍ରଚଳ କରୁଥିବା ରେଳପଥ ଅଞ୍ଚଳରେ ଅଧିକ ସତର୍କତା ନେଇ ଆଲୋଚନା ଆବଶ୍ୟକ ହୋଇଛି । ଏହି ଘଟଣାକୁ ନେଇ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।

What's Your Reaction?

like

dislike

love

funny

angry

sad

wow