ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି କେନ୍ଦୁଝର ଭୂଅର୍ଜନ ସାଧାରଣ ଉପବିଭାଗର ଡେପୁଟି କଲେକ୍ଟର
୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି କେନ୍ଦୁଝର ଭୂଅର୍ଜନ ସାଧାରଣ ଉପବିଭାଗର ଡେପୁଟି କଲେକ୍ଟର ଶରତ ଗିରି । ଜମିଜମା ମାମଲାରେ ଚିତ୍ରସେନ ବ୍ରହ୍ମଙ୍କ ଠାରୁ ସେ ନେଉଥିଲେ ଲାଞ୍ଚ। ସୂଚନା ଅନୁଯାୟୀ,୨୦ ନମ୍ବର ଜାତୀୟ ରାଜପଥ ବନାଯୋଡ଼ି ନିକଟରେ ୮ ଥାକିଆ ବିଶିଷ୍ଟ ଜାତୀୟ ରାଜପଥ ପାଇଁ ପ୍ରାୟ ୭ ଲକ୍ଷ ଟଙ୍କା ହୋଇଥିଲା ଧାର୍ଯ୍ୟ । ସେଥିରୁ ୧୦ପ୍ରତିଶତ ଟଙ୍କା ଲାଞ୍ଚ ମାଗିଥିଲେ ଶରତ । ଆଜି ସେଥିରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ । ଧରାପଡ଼ିବା ପରେ ଏକକାଳୀନ ବିଭିନ୍ନ ସ୍ଥାନରେ ଚାଲିଛି ଚଢ଼ାଉ ।
Jangyaseni Parida