୩ ଲକ୍ଷରୁ ଅଧିକ ଭୂତ ହିତାଧିକାରୀଙ୍କ ନାଁରେ ଉଠୁଥିଲା ରାସନ୍- ଯୋଗାଣ ମନ୍ତ୍ରୀ

୩ ଲକ୍ଷରୁ ଅଧିକ ଭୂତ ହିତାଧିକାରୀଙ୍କ ନାଁରେ ଉଠୁଥିଲା ରାସନ୍- ଯୋଗାଣ ମନ୍ତ୍ରୀ

ରାଜ୍ୟରେ ୩ ଲକ୍ଷ ୨୮ ହଜାର ୯୩୨ ଜଣ ମୃତ ବ୍ୟକ୍ତିଙ୍କ ନାଁ ରେ ଚାଲିଥିଲା ପଡି କାର୍ଡ । ମୃତ୍ୟୁର ୫ ବର୍ଷ ପରେ ସେମାନେ ପାଉଥିଲେ ଚାଉଳ , ଯାହାର ତଦନ୍ତ ହେବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ନଚନ୍ଦ୍ର ପାତ୍ର । ସେ ଆହୁରି ମଧ୍ୟ କହିଛନ୍ତି ଯେ,  ରାଜ୍ୟ ସରକାରଙ୍କ ପକ୍ଷରୁ ଇକେୱାସି ପ୍ରକ୍ରିୟା ପରେ ଏହି ସବୁ ମୃତ ବ୍ୟକ୍ତିଙ୍କ ନାଁ କୁ ଦିଆଯାଇଛି ବାଦ। କେନ୍ଦୁଝରରେ ସର୍ବାଧିକ ୩୫ ହଜାର ୫୫୦ ଜଣ ମୃତ ବ୍ୟକ୍ତି ପଡି କାର୍ଡ ହାତେଇଥିବାବେଳେ ଗଞ୍ଜାମରେ ୨୫ ହଜାର ୭୮୯, ମୟୂରଭଞ୍ଜ ରେ ୨୩ ହଜାର ୭୯୯, ରାୟଗଡ଼ାରେ ୨୨ ହଜାର ୪୧୧ ଜଣ ମୃତ ବ୍ୟକ୍ତିଙ୍କ ନାଁ ରେ ଉଠୁଥିଲା ଚାଉଳ।