ସନ୍ଦୀପ ଘୋଷଙ୍କୁ ଶକ୍ତ ଚାପୁଡ଼ା,ଦୁର୍ନୀତି ମାମଲାରେ ନିଲମ୍ବିତ

Sep 4, 2024 - 11:33
 0  9
ସନ୍ଦୀପ ଘୋଷଙ୍କୁ ଶକ୍ତ ଚାପୁଡ଼ା,ଦୁର୍ନୀତି ମାମଲାରେ ନିଲମ୍ବିତ

କୋଲକାତା ଆର୍‌ଜିକର ମେଡିକାଲ କଲେଜ ଓ ହାସପାତାଳର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ଶକ୍ତ ଚାପୁଡ଼ା। କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ସନ୍ଦୀପ ଘୋଷଙ୍କୁ ମଙ୍ଗଳବାର ସିବିଆଇ ଦଳ ଗିରଫ କରିବା ପରେ ଆଲିପୁର ଅଦାଲତରେ କରିଥିଲା ହାଜର। ଏହି ସମୟରେ ଅଦାଲତ ବାହାରେ  ତାଙ୍କୁ ବିରୋଧ କରି ଘେରି ଯାଇଥିଲେ ଉତ୍ୟକ୍ତ ଲୋକେ। ତାଙ୍କୁ ଫାଶୀ ଦିଆଯାଉ ବୋଲି ଲଗାଇଥିଲେ ନାରା । ଏହାରି ଭିତରେ ତାଙ୍କୁ ଚାପୁଡା ମାରିଥିଲେ ଜଣେ ବିକ୍ଷୋଭକାରୀ। ଯାହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ହେଉଛି ବେଶ୍ ଭାଇରାଲ ।ଅନ୍ୟପଟେ ଆର୍‌.ଜି. କର ମେଡିକାଲ କଲେଜ ଆର୍ଥିକ ଅନିୟମିତତା ମାମଲାରେ ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ସିବିଆଇ ଗିରଫ କରିବାର ଦିନକ ପରେ ଅର୍ଥାତ ଆଜି ତାଙ୍କୁ ନିଲମ୍ବିତ କରିଛି ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ବିଭାଗ। ତାଙ୍କ ବିରୋଧରେ ଆପରାଧିକ ତଦନ୍ତ ଚାଲିଥିବାରୁ ପଶ୍ଚିମବଙ୍ଗ ସର୍ଭିସେସ ରୁଲ୍ସ, ୧୯୭୧ର ରୁଲ ୯(୧ସି) ଅନୁଯାୟୀ ତାଙ୍କୁ କରାଯାଇଛି ନିଲମ୍ବନ ।

What's Your Reaction?

like

dislike

love

funny

angry

sad

wow