ବରସୁଆଁ ଲୁହାପଥର ଖଣିରେ ସିବିଆଇ ଚଢ଼ାଉ

କୋଇଡା ଟେନସା ସ୍ଥିତ ସେଲ୍ ଆର୍.ଏସ୍.ପି ପରିଚାଳିତ ବରସୁଆଁ ଲୁହାପଥର ଖଣିରେ ହେଉଛି ସିବିଆଇ ଚଢ଼ାଉ। ଶହ ଶହ କୋଟି ଟଙ୍କାର ହେରଫେର ହୋଇଥିବା ନେଇ ରହିଛି ଅଭିଯୋଗ। ଅଭିଯୋଗ ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା ମାମଲା। ଏହାପରେ ୩ ଦିନ ହେବ ଜାରି ରହିଛି ଖୋଳତାଡ । ଆଜି ଏହି ମାମଲାରେ ସଂପୃକ୍ତ ଥିବା ସମସ୍ତ ଅଧିକାରୀଙ୍କୁ ଜେରା ପାଇଁ ଡାକିଛି ସିବିଆଇ,ଯେଉଁଥିରେ ଅଛନ୍ତି ପୂର୍ବତନ କାର୍ଯ୍ୟକାରୀ ନିର୍ଦ୍ଦେଶକ ପି.କେ ରଥଙ୍କ ସମେତ ଖଣି ମ୍ୟାନେଜର ସୁନନ୍ଦ ପରିଡ଼ା, ବି ଆର୍ ମଣ୍ଡଳ ଓ ପି.ସି ବରୁଆ।
What's Your Reaction?






