ହଂକଂ ଓ ସିଙ୍ଗାପୁରରେ କରୋନା ଭୟ

ଏସିଆରେ ପୁଣି ଚିନ୍ତା ବଢ଼ାଇଲାଣି କରୋନା । ହଂକଂ ଓ ସିଙ୍ଗାପୁରରେ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା।ମେ ୩ ସୁଦ୍ଧା ୧୪,୨୦୦ରେ ପହଞ୍ଚିଛି କୋଭିଡ୍ ମାମଲା । କୋଭିଡ୍ ସଂକ୍ରମଣ ପାଇଁ ହାସପାତାଳରେ ମାମଲା ବୃଦ୍ଧି ପାଇଛି ୩୦ ପ୍ରତିଶତ । ବିଶେଷ କରି ଯେଉଁମାନଙ୍କର ରୋଗ ପ୍ରତିରୋଧକ କ୍ଷମତା କମ୍ ଓ ଅଧିକ ପୀଡ଼ିତ ହେବାର ସମ୍ଭାବନା ରହିଛି ସେମାନଙ୍କୁ ବୁଷ୍ଟର୍ ଟିକା ନେବାକୁ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଦେଇଛନ୍ତି ପରାମର୍ଶ। ଅନ୍ୟପଟେ ଚୀନରେ ମଧ୍ଯ ଗତ ପାଞ୍ଚ ସପ୍ତାହ ମଧ୍ୟରେ ଦୁଇଗୁଣରୁ ଅଧିକ ହୋଇଛି କୋଭିଡ୍ ସଂକ୍ରମଣ ହାର।
What's Your Reaction?






