ଅଣାୟତ ହୋଇପଡ଼ିଛି ବାଂଲାଦେଶ ହିଂସା
ଅଣାୟତ ହୋଇପଡ଼ିଛି ବାଂଲାଦେଶ ହିଂସା। ହିଂସା ଏବଂ ଅରାଜକତା ମଧ୍ୟରେ ବାଂଲାଦେଶରେ ରହୁଥିବା ଅଳ୍ପ ସଂଖ୍ୟକ ହିନ୍ଦୁଙ୍କୁ ନିଶାଣ କରିବା ଆରମ୍ଭ କରିଦେଇଛନ୍ତି ଆନ୍ଦୋଳନକାରୀ । ଖୋଜି ଖୋଜି ହିନ୍ଦୁଙ୍କ ଉପରେ ଆରମ୍ଭ କରିଦେଇଛନ୍ତି ଅତ୍ୟାଚାର । ହିନ୍ଦୁ ପରିବାର ରହୁଥିବା ଘରେ ସେମାନେ ଲଗାଇ ଦେଉଛନ୍ତି ନିଆଁ । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ମୋହରପୁରର ଇସ୍କନ ମନ୍ଦିର ଘଟଣା। ଆନ୍ଦୋଳନକାରୀ ମନ୍ଦିର ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦେଇଛନ୍ତି । ମନ୍ଦିରରେ ପୂଜା ପାଉଥିବା ଦିଅଁଙ୍କୁ ମଧ୍ୟ ଛାଡ଼ିନାହାନ୍ତି ବିକ୍ଷୋଭକାରୀ । ଜଳି ଯାଇଛନ୍ତି ପ୍ରଭୁ ଜଗନ୍ନାଥ, ବଳଦେବ ଏବଂ ସୁଭଦ୍ରା । ଯାହାକି ହିନ୍ଦୁଙ୍କ ପ୍ରତି ବର୍ବରତାର ସବୁ ସୀମା ଟପିଯାଇଛି ।ବାଂଲାଦେଶ ପରିସ୍ଥିତିକୁ ନେଇ ଦିଲ୍ଲୀରେ ସୃଷ୍ଟି ହୋଇଛି ବଡ଼ ହଇଚଇ।ସଂସଦ ଭବନ ପରିସରରେ ବସିଥିବା ସର୍ବଦଳୀୟ ବୈଠକରେ ଭାରତୀୟଙ୍କୁ ସୁରକ୍ଷିତ ଫେରାଇ ଆଣିବା ଉପରେ ଦିଆଯାଇଛି ଗୁରୁତ୍ୱ ।
What's Your Reaction?