ପ୍ୟାରିସ ଅଲିମ୍ପିକ୍ସରେ ତାରକା ନୀରଜ ଚୋପ୍ରା ଏବଂ ବିନେଶ ଫୋଗାଟଙ୍କୁ ମିଳିଛି ବଡ଼ ସଫଳତା

ପ୍ୟାରିସ ଅଲିମ୍ପିକ୍ସରେ ତାରକା ନୀରଜ ଚୋପ୍ରା ଏବଂ  ବିନେଶ ଫୋଗାଟଙ୍କୁ ମିଳିଛି ବଡ଼ ସଫଳତା

ପ୍ୟାରିସ ଅଲିମ୍ପିକ୍ସରେ ସ଼୍ବର୍ଣ୍ଣ  ବିଜେତା ତଥା ଭାରତୀୟ ଜାଭେଲିନ୍‌ ତାରକା ନୀରଜ ଚୋପ୍ରାଙ୍କୁ ମିଳିଛି ବଡ଼ ସଫଳତା । ପ୍ୟାରିସ୍‌ ଅଲମ୍ପିକ୍ସର ଯୋଗ୍ୟତା ପର୍ଯ୍ୟାୟରୁ ହିଁ ତାଙ୍କୁ ଫାଇନାଲ୍‌ରେ ମିଳିଛି ସ୍ଥାନ।  ପ୍ରଥମ ପ୍ରୟାସରେ ୮୯.୩୪ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଫାଇନାଲ ଟିକେଟ ହାତେଇଛନ୍ତି  ନୀରଜ ଚୋପ୍ରା।ସେହିପରି ପ୍ୟାରିସ୍ ଅଲମ୍ପିକ୍ ୨୦୨୪ରେ କମାଲ କରିଛନ୍ତି ଭାରତୀୟ କୁସ୍ତି ଖେଳାଳି ବିନେଶ ଫୋଗାଟ । ଟୋକିଓ ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ଜିତିଥିବା ଜାପାନର ସୁସାକିଙ୍କୁ ୩-୨ ପଏଣ୍ଟରେ ସେ ପରାସ୍ତ କରି କୁସ୍ତିର କ୍ୱାଟର ଫାଇନାଲରେ କରିଛନ୍ତି ପ୍ରବେଶ  । ୫୦ କିଲୋ ବର୍ଗରେ ସୁସାକିଙ୍କୁ ମାତ ଦେଇଛନ୍ତି ବିନେଶ  ।