ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ

Sep 30, 2024 - 12:54
 0  2
ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ

ପୂଜା ପୂର୍ବରୁ ଆଇପିଏସ୍ ସ୍ତରରେ ହୋଇଛି ବଡ଼ ଧରଣର ଅଦଳବଦଳ ।ବଦଳିଛନ୍ତି ଦ୍ୱୈତନଗରୀ ପୋଲିସ କମିଶନର ଏବଂ ଭୁବନେଶ୍ବର ଓ କଟକ ଡିସିପି ।କ୍ରାଇମବ୍ରାଞ୍ଚ, ଭିଜିଲାନ୍ସ, ଗୁଇନ୍ଦା ଭଳି କିଛି ବଡ଼ ବିଭାଗରେ ହୋଇଛି ଅଦଳ ବଦଳ। ସଞ୍ଜୀବ ପଣ୍ଡାଙ୍କ ଜାଗାରେ ସୁରେଶ ଦେବଦତ୍ତ ସିଂ ହୋଇଛନ୍ତି ନୂଆ ପୋଲିସ କମିଶନର। ଅରୁଣ ବୋଥ୍ରା ହୋଇଛନ୍ତି ଏଡିଜିପି ରେଳବାଇ ଓ ଉପକୂଳ ସୁରକ୍ଷା।ପୁରୀ ଏସପି ଥିବା ପିନାକ ମିଶ୍ରଙ୍କୁ ଭୁବନେଶ୍ବର ଡିସିପି ଭାବେ କରାଯାଇଛି ଅବସ୍ଥାପିତ।ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ହୋଇଛନ୍ତି କଟକ ଗ୍ରାମାଞ୍ଚଳ ଏସପି। ସେହିପରି ସାଗରିକା ନାଥଙ୍କୁ ଖୋର୍ଦ୍ଧା ଏସପି ଭାବେ ଦିଆଯାଇଛି ଦାୟିତ୍ବ।ରାଜ୍ୟରେ ସରକାର ବଦଳିବା ପରେ ପ୍ରଥମଥର  ହୋଇଛି ଏତେ ବଡ଼ ଅଦଳ ବଦଳ। 

What's Your Reaction?

like

dislike

love

funny

angry

sad

wow