ଭଦ୍ରକ ସ୍ଥିତିରେ ସାମାନ୍ୟ ସୁଧାର

Sep 30, 2024 - 12:59
 0  5
ଭଦ୍ରକ ସ୍ଥିତିରେ ସାମାନ୍ୟ ସୁଧାର

୩ ଦିନ ପରେ ଅଶାନ୍ତ ଭଦ୍ରକରେ ସାମାନ୍ୟ ସୁଧୁରିଛି ସ୍ଥିତି। ଆଜି ସକାଳ ୬ଟାରୁ ସଂଧ୍ଯା ୭ଟା ପର୍ଯ୍ୟନ୍ତ ଦୋକାନବଜାର ଖୋଲିବାକୁ ନିର୍ଦ୍ଦେଶ ଦେଇଛି ପ୍ରଶାସନ। ସାରା ଜିଲ୍ଲାରେ ବଳବତ୍ତର ରହିଛି ଧାରା ୧୬୩। ୨ ରୁ ଅଧିକ ଲୋକଙ୍କୁ ଏକାଠି ନହେବାକୁ ପରାମର୍ଶ ଦେଇଛି ପ୍ରଶାସନ।ଧାମନଗର ଓ ଦୋବଲରେ ମଧ୍ୟ ଖୋଲିଛି ଦୋକାନବଜାର ।କିନ୍ତୁ ସ୍ଥିତିକୁ ନଜରରେ ରଖି ଆହୁରି ୪୮ ଘଣ୍ଟା ଇଣ୍ଟରନେଟ ସେବା ବନ୍ଦ ରଖିବାକୁ ନିଆଯାଇଛି ନିଷ୍ପତ୍ତି । କେବଳ ଲିଜ୍ ଲାଇନ୍ ମାଧ୍ୟମରେ ଯୋଗାଇ ଦିଆଯିବ ଇଣ୍ଟରନେଟ। ଫଳରେ ବ୍ୟାଙ୍କ୍, କର୍ପୋରେଟ୍ ସଂସ୍ଥା ସହ ବଡବଡ ଶିଳ୍ପ ସଂସ୍ଥାକୁ ମିଳିବ ଇଣ୍ଟରନେଟ୍ ସେବା ।ସେପଟେ ଗିରଫ ସଂଖ୍ୟା ୧୫ ରେ ପହଞ୍ଚିଥିବାବେଳେ ଆଗକୁ ଏହି ସଂଖ୍ୟା ବଢିବାର ରହିଛି ସମ୍ଭାବନା । 

What's Your Reaction?

like

dislike

love

funny

angry

sad

wow