ଆଜି ସକାଳୁ ଦେଶବ୍ୟାପୀ ଡାକ୍ତର ସଂଘର ଆନ୍ଦୋଳନ
କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟା ଘଟଣା ପ୍ରତିବାଦରେ ଆଜି ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଇଛି ଭାରତୀୟ ମେଡିକାଲ ସଂଘ।ଏଥିଯୋଗୁ ଓଡ଼ିଶା ସମେତ ଗୁଜରାଟ, କେରଳ, କର୍ଣ୍ଣାଟକା ଏବଂ ଦେଶର ସବୁ ସହରରେ ଗୁରୁତର ଭାବେ ପ୍ରଭାବିତ ହେଉଛି ରୋଗୀ ସେବା। ଆଜି ସକାଳ ୬ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ୨୪ ଘଣ୍ଟା କାଳ କରାଯାଉଛି ଆନ୍ଦୋଳନ। ଏହି ଧର୍ମଘଟରେ ପ୍ରଫେସର, ଡାକ୍ତର ଓ ଡାକ୍ତରୀ ଛାତ୍ରଛାତ୍ରୀ ହୋଇଛନ୍ତି ସାମିଲ।ଜରୁରୀକାଳୀନ ସେବା ଛାଡ଼ି ଓପିଡି, ଓଟି ଓ ଲ୍ୟାବ ସେବା ବୟକଟ ପାଇଁ ଦିଆଯାଇଛି ଆହ୍ବାନ।
What's Your Reaction?