ଉଦ୍ଧାର ଓରାଂଉଟାନ୍‌କୁ ନେଇ ବଢ଼ିଲା ସନ୍ଦେହ! କଳା ଥାର୍‌କୁ ନେଇ ଉଠିଲା ପ୍ରଶ୍ନ

Sep 9, 2026 - 12:45
 0  1
ଉଦ୍ଧାର ଓରାଂଉଟାନ୍‌କୁ ନେଇ ବଢ଼ିଲା ସନ୍ଦେହ! କଳା ଥାର୍‌କୁ ନେଇ ଉଠିଲା ପ୍ରଶ୍ନ

ଭୋଗରାଇରୁ ଓରାଂଉଟାନ୍ ଉଦ୍ଧାର ଘଟଣାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ। ଓରାଙ୍ଗଉଟାନ ଠାବ ହେବା ପୂର୍ଵ ରାତିରେ ସେହି ଜଙ୍ଗଲ ରାସ୍ତାରେ ଏକ କଳା ରଙ୍ଗର ଥାର ଯିବା ଆସିବା କରିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । 

ଭୋଗରାଇରୁ ଓରାଂଉଟାନ୍ ଉଦ୍ଧାର ଘଟଣାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ। ଓରାଙ୍ଗଉଟାନ ଠାବ ହେବା ପୂର୍ଵ ରାତିରେ ସେହି ଜଙ୍ଗଲ ରାସ୍ତାରେ ଏକ କଳା ରଙ୍ଗର ଥାର ଯିବା ଆସିବା କରିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

ପୂର୍ବ ରାତି ୧୧.୨୫ ରେ ଯାଇଥିଲା ଏବଂ ରାତି ୧୧.୪୦ରେ ସେହି ବାଟରେ ଫେରିଥିଲା । ଉକ୍ତ ଗାଡ଼ିରେ ବିଦେଶୀ ଜନ୍ତୁଙ୍କୁ କେହି ଆଣି ଛାଡ଼ି ଦେଇ ଥାଇ ପାରିଥାନ୍ତି ବୋଲି ସନ୍ଦେହ କରାଯାଉଛି ।

ସ୍ଥାନୀୟ ଲୋକେ କହୁଛନ୍ତି ରାତିରେ ଏକ କଳା ରଙ୍ଗର ଗାଡି ଦେଖିଛନ୍ତି ବୋଲି। ଏତେ ରାତିରେ କିଏ କାହିଁକି ସେହିବାଟ ଦେଇ ଯିବ ସେନେଇ ସନ୍ଦେହ ବଢ଼ିବାରେ ଲାଗିଛି। ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି, ଏ ଘଟଣାରେ ସମ୍ପୃକ୍ତ ବିଭାଗର ହାତ ରହିଛି। ତେବେ ଏହି ଘଟଣା ଉପରେ ଉଚ୍ଚ ସ୍ତରୀୟ ତଦନ୍ତ କରି ସଠିକ ତଥ୍ୟ ସାମ୍ନାକୁ ଆଣିଲେ ଘଟଣା ଉପରେ ପରଦା ହଟିବ। ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ବନ ବିଭାଗର ଅଧିକାରୀ କିମ୍ବା କର୍ମଚାରୀ ମାନେ କେବେ  ପେଟ୍ରୋଲିଙ୍ଗ କରିବା ପାଇଁ ଆସନ୍ତି ନାହିଁ। ହେଲେ ଗତକାଲି କାହିଁକି ହଟାତ ଆସିଲେ ଆଉ ଜନ୍ତୁ ଦେଖି ଆମକୁ କାହାକୁ ନ କହିବା ପାଇଁ ମନା କଲେ।  ଯାହା ବିଭାଗ ଉପରେ ସନ୍ଧେହ ଶୃଷ୍ଟି କରୁଛି।

କିଏ କରୁଥିଲା ଓରାଂଉଟାନ୍ ଚାଲାଣ?
ଭୋଗରାଇ ଜଙ୍ଗଲରେ ଛାଡ଼ିଲା କିଏ? 
ବିଳମ୍ବିତ ରାତିରେ କାହିଁକି ଜଙ୍ଗଲକୁ ଯାଇଥିଲା କଳା ରଙ୍ଗର ଥାର୍‌?
୫ ଓରାଂଉଟାନ ଉଦ୍ଧାର ପଛରେ ରହିଛି କି ଅନ୍ତର୍ଜାତୀୟ ତସ୍କରୀ?

What's Your Reaction?

like

dislike

love

funny

angry

sad

wow